ବାନିପାଲିରୁ ୮ ଫୁଟ୍‌ ଲମ୍ବର ଅଜଗର ସାପ ଉଦ୍ଧାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ବାନିପାଲିରୁ ଏକ ୮ ଫୁଟ୍‌ ଲମ୍ବର ଅଜଗର ସାପ ଉଦ୍ଧାର ହୋଇଥିବା ଖବର ମିଳିଛି । ସୂଚନା ଅନୁସାରେ ବାନିପାଲି ଗ୍ରାମର ଏକ ବ୍ୟକ୍ତିଙ୍କ ଘରୁ ସାପ ବାହାରିଥିବା ଖବର ପାଇ ସାପ ଧରାଳି ଆନନ୍ଦ ବେହେରା ବାନିପାଲି ଗ୍ରାମକୁ ଆସି ୮ ଫୁଟ୍‌ ଲମ୍ବର ଅଜଗର ସାପଟିକୁ ଉଦ୍ଧାର କରିଥିବା ବେଳେ ଫରେଷ୍ଟଗାର୍ଡଙ୍କ ଉପସ୍ଥିତିରେ ସାପଟିକୁ ନିକଟସ୍ଥ ଏକ ଜଙ୍ଗଲରେ ଛାଡି ଦେଇଥିବା ସାପ ଧରାଳି ଶ୍ରୀ ବେହେରା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

error: Content is protected !!