oum

ଖଡ଼ିଆଳ ବସ୍‌ଷ୍ଟାଣ୍ଡରୁ ଉଦ୍ଧାର ହୋଇ ବୃଦ୍ଧାଶ୍ରମ ଗଲେ ଜଣେ ଅସହାୟ ମହିଳା

jsm

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ବସ୍‌ଷ୍ଟାଣ୍ଡରେ ଜଣେ ଅସହାୟ ବୃଦ୍ଧ ମହିଳା ଦୀର୍ଘ ୧୦ ଦିନ ଧରି ଅସହାୟ ଅବସ୍ଥାରେ ରହି ଆସୁଥିଲେ । ବୟସ ପାଖାପାଖି ୬୦ରୁ ଅଧିକ ବୟସ ହେବ । ସେ ଠିକ ସେ କଥା କହିପାରୁନଥିବାରୁ ତାଙ୍କର ପରିଚୟ ମିଳି ପାରୁନଥିଲା । ତାଙ୍କୁ ଯିଏ ଯାହା ଦେଲେ ସେ ଖାଉଥିଲେ ନଚେତ ସେମିତି ଭୋକ ଉପାସରେ ରହୁଥିଲେ । ତାଙ୍କର ପରିଚୟ ନ ମିଳିବାରୁ ସେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେ ପାଖାପାଖି ଅଞ୍ଚଳର କିମ୍ବା ନୂଆପଡା ଜିଲ୍ଲାର ବୋଲି ଅନୁମାନ କରାଯାଉଛି । ଏମିତି ଏକ ହୃଦୟ ବିଦାରକ ଖବର ଗତକାଲି ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା । ଏହି ଖବରକୁ ପଢି କଳାହାଣ୍ଡିର ଯୁବ ସ୍ୱେଚ୍ଛାସେବୀ ଯଶୋବନ୍ତ ରଣା ନୂଆପଡା ଜିଲ୍ଲାପାଳ, ସାମାଜିକ ସଶକ୍ତିକରଣ ବିଭାଗ ଓ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଟକୁ ଟ୍ୱିଟର ଯୋଗେ ସମସ୍ୟା ବିଷୟରେ ଜଣାଇ ତୁରନ୍ତ ଉକ୍ତ ବୃଦ୍ଧାଙ୍କୁ ଥଇଥାନ କରିବା ପାଇଁ ନିବେଦନ କରିଥିଲେ । ସମସ୍ୟା ବିଷୟରେ ଜାଣିବା ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ସାମାଜିକ ସଶକ୍ତିକରଣ ବିଭାଗ ତରଫରୁ ଉକ୍ତ ବୃଦ୍ଧାଙ୍କୁ ଖଡ଼ିଆଳ ବସ୍‌ଷ୍ଟାଣ୍ଡରୁ ଉଦ୍ଧାର କରି ଏକ ବୃଦ୍ଧାଶ୍ରମରେ ରଖାଯାଇଥିବା ଜିଲ୍ଲାପାଳ ଯଶୋବନ୍ତ ରଣାଙ୍କୁ ଟ୍ୱିଟର ଯୋଗେ ସୂଚନା ଦେଇଛନ୍ତି । ଉତ୍ତର ପାଇବା ପରେ ଶ୍ରୀ ରଣା ନୂଆପଡା ଜିଲ୍ଲାପାଳ, ସାମାଜିକ ସଶକ୍ତିକରଣ ବିଭାଗଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.