ଗନ୍ଧମାର୍ଦ୍ଦନ ପର୍ବତରେ ଫସି ରହିଥିବା ୧୭ଜଣ ପର୍ଯ୍ୟଟକ ଉଦ୍ଧାର

ବରଗଡ, (ମୁନ୍ନା ସାହୁ) : ବରଗଡ଼ ଜିଲା ପାଇକମାଲ ନୃସିଂହନାଥ, ଗନ୍ଧମାର୍ଦ୍ଦନ ପର୍ବତରେ ଥିବା ଭୀମମଣ୍ଡୁଆ, ବାଲକୋ ଖାଦାନ ପାଖରେ ଫସି ରହିଥିବା ୧୭ଜଣ ଶ୍ରଦ୍ଧାଳୁଙ୍କୁ ଗୁରୁବାର ଉଦ୍ଧାର କରାଯାଇଛି । ଏନେଇ ବରଗଡ଼ ଜିଲ୍ଲାପାଳ ନିଜ କାର୍ୟ୍ୟାଳୟରେ ପ୍ରତିକ୍ରିୟା ରଖିଛନ୍ତି । ଆଜି ସକାଳେ ଉଦ୍ଧାରକାରୀ ଦଳ ଶ୍ରଦ୍ଧାଳୁମାନଙ୍କୁ ପାଇବା ପରେ ତାଙ୍କୁ ଟିଫିନ ଓ ପାଣି ଦେଇଥିଲେ । ଏବେ ସମସ୍ତେ ନୃସିଂହନାଥ ମନ୍ଦିର ଅଭିମୁଖେ ଯାଉଥିବା ଜଣାଯାଇଛି । ସୂଚନା ଅନୁସାରେ ଗତକାଲି ବୁଧବାର ଛତିଶଗଡ଼ରୁ ନୃସିଂହନାଥ ଆସିଥିବା ୧୭ ଜଣ ଶ୍ରଦ୍ଧାଳୁ ଭଗବାନ ନୃସିଂହନାଥଙ୍କୁ ଦର୍ଶନ କରି ହରିଶଙ୍କର ଯିବାପାଇଁ ଚାଲି ଚାଲି ବାହାରିଥିଲେ ଓ ଗନ୍ଧମାର୍ଦ୍ଦନ ପର୍ବତରେ ଥିବା ଭୀମମଣ୍ଡୁଆକୁ ଅପରାହ୍ନ ୩ଟାରେ ପହଞ୍ଚିଥିବା ବେଳେ ପ୍ରବଳ ବର୍ଷା ସହ ବିଜୁଳି ହୋଇଥିବାରୁ ରାସ୍ତା ଭୁଲି ଯାଇ ଫସି ରହିଥିଲେ । ଖବର ପାଇ ପାଇକମାଲ ପୋଲିସ, ଡିଭିଏଫ୍‌ ଟିମ୍‌, ଫାୟାର ଟିମ୍‌ ଓ ଫରେଷ୍ଟ ଟିମ୍‌ ସେମାନଙ୍କୁ ଉଦ୍ଧାର କରିଛନ୍ତି ।

jittmm
Leave A Reply

Your email address will not be published.