jayashree

୪ ଜଣିଆ ଡକାୟତ ଗ୍ୟାଙ୍ଗକୁ ଗିରଫ କରିବା ସହ ଚୋରି ସାମଗ୍ରୀ ଉଦ୍ଧାର

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଟିକିରି ଥାନା ଅନ୍ତର୍ଗତ କଡିଙ୍ଗା ଗ୍ରାମର ଦିବ୍ୟାଙ୍ଗ ରାମ ସାହୁଙ୍କ ଘରୁ ଗତ ସେପ୍ଟମ୍ବର୨୧ ତାରିଖରେ ଘରର ଆଜବେଷ୍ଟର ଭାଙ୍ଗି ଦିବ୍ୟାଙ୍ଗ ଦମ୍ପତିଙ୍କ ହାତଗୋଡ ବାନ୍ଧି ଟଙ୍କା, ସୁନା ସହ ମୋବାଇଲ ଚୋରି କରି ନେଇଥିଲେ । ସେହିପରି ଭାବେ ଗତ ସେପ୍ଟମ୍ବର ୨୫ ତାରିଖରେ ଜାମୁଗୁଡା ଭାରତ ଗ୍ୟାସ ଅଫିସ ନିକଟରେ ରହୁଥିବା ଗୌରୀଶଙ୍କର ଚୌଧୁରୀଙ୍କ ଘରେ ପଶି ଉଭୟ ଦମ୍ପତିଙ୍କୁ ମଧ୍ୟ ହାତଗୋଡ ବାନ୍ଧି ସୁନା, ଟଙ୍କା ଓ ୨ଟି ମୋବାଇଲ ଫୋନ ଚୋରି କରି ନେଇଥିଲେ । ଏନେଇ ଟିକିରି ଥାନାରେ ଗତ ୨୩ ତାରିଖରେ କେସ୍‌ ନଂ ୧୯୧ ୟୁଏସ୍‌ ୩୩୧ (୪), ୩୦୯ (୪)/୩(୫) ବିଏନ୍‌ଏସ୍‌ ୩୩୧ (୪), ୩୧୦(୨) ଓ କେସ୍‌ ନଂ ୧୯୩ ୟୁଏସ୍‌ ୩୩୧ (୪), ୩୧୦(୨) କେସ୍‌ ରୁଜୁ କରି ସାଇବର ଟିମ୍‌ ସାହାଯ୍ୟରେ ଓ ଟିକିରି ଥାନା ଆଇଆଇସି ବିଶ୍ଵବନ୍ଦିନୀ ବାଗଙ୍କ ନେତୃତ୍ଵରେ ଏସ୍‌ଆଇ ମନୋଜ ଜେନା, ମହେନ୍ଦ୍ର ହାସଂଦା, ମହେଶ୍ଵର ପାଇକ, ତ୍ରିନାଥ ତଟ ପାଡିଆ, ଏଏସ୍‌ଆଇ ନରେଶ କୁମାର ରାଉଳଙ୍କୁ ନେଇ ଏକ ଟିମ୍‌ କରି ବିଭିନ୍ନ ଅଞ୍ଚଳରୁ ଚୋରି ଘଟଣାର ତଦନ୍ତ କରି ସଫଳ ହୋଇଥିଲେ । ପରେ ଚୋରି ହୋଇଥିବା ୧୮ ଗ୍ରାମ ସୁନା, ୭୫୦୦ ଟଙ୍କା ଓ ଚୋରି ହୋଇଥିବା ୧ ଟି ମୋବାଇଲ ସହ ଡକାୟତମାନେ ବ୍ୟବହାର କରିଥିବା ୨ଟି ମୋବାଇଲ ଏବଂ ୧ ସ୍ପେଲେଣ୍ଡର ପ୍ଲସ ବାଇକ୍‌ ଜବତ କରିଛନ୍ତି । ଏହି ଡକାୟତିରେ ଲିପ୍ତ ଥିବା ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ଟିକିରି ଥାନାର ଏସ୍‌ଡିପିଓ ରଶ୍ମି ରଞ୍ଜନ ସେନାପତି ପ୍ରେସ୍‌ମିଟରେ ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତମାନେ ହେଲେ ବଡଚେକା ଗ୍ରାମର ପ୍ରଫୁଲ ପାଣି, ଜାମୁଗୁଡା ଗ୍ରାମର ଏଲ୍‌.ଏନ୍‌ ସାହୁ, ମଣ୍ଡୁଳଗୁଡା ଗ୍ରାମର ରମେଶ ହିଆଲ, କେଶକାପାଡି ଗ୍ରାମର ପ୍ରଶାନ୍ତ କୁଲେସିକା । ଏହି ଡକାୟତରେ ଲିପ୍ତଥିବା ଆଉ ୨ ଜଣ ଅଭିଯୁକ୍ତ ଫେରାର୍‌ ଅଛନ୍ତି ତାଙ୍କୁ ଯଥାଶୀଘ୍ର ଧରାଯିବ ବୋଲି ଏସ୍‌ଡିପିଓ ସୂଚନା ଦେଇଛନ୍ତି । ପରେ ଉଦ୍ଧାର ହୋଇଥିବା ସମସ୍ତ ଜିନିଷ ରାମ ସାହୁ ଓ ନିରୁପମା ଚୌଧୁରୀଙ୍କୁ ହସ୍ତାନ୍ତର କରିଛନ୍ତି ।

Leave A Reply

Your email address will not be published.