ସିନ୍ଦୁରବାହାଲ ଗାଁରେ ଅଘଟଣ : ନିଖୋଜ ସନ୍ତୋଷଙ୍କ ମୃତଦେହ ପୋଖରୀ ଭିତରୁ ଉ‌ଦ୍ଧାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଦରଥାନା ଅନ୍ତର୍ଗତ ସିନ୍ଦୁରବାହାଲ ଗାଁରେ ଅଘଟଣ । ଗାଁର ସନ୍ତୋଷ ପୋଢ ନାମକ ଜଣେ ଯୁବକ ଗାଁ ପୋଖରୀରେ ବୁଡି ଯାଇଥିବା ନେଇ ଅଭିଯୋଗ ପରେ ବଲାଙ୍ଗିର ସଦର ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଗତ ୩୧ ତାରିଖ ସଂଧ୍ୟାରୁ ସନ୍ତୋଷ ନିଖୋଜ ରହିଥିବା ବେଳେ ଗତକାଲି ଗାଁ ପୋଖରୀ ପାହାଚରୁ ସନ୍ତୋଷଙ୍କ ଚପଲ ଓ ଜାକେଟ୍ ପଡିଥିବା ଦେଖିବାକୁ ମିଳିଥିଲା । ୨ଟି ମଦ ବୋତଲ ମଧ୍ୟ ପଡିଥିବାରୁ ସନ୍ତୋଷ ମଦ ପିଇ ପାଣିରେ ବୁଡି ଯାଇଥିବା ସନ୍ଦେହ ହୋଇଛି । ଗତକାଲି ସଂଧ୍ୟାରେ ଘଟଣା ସଂପର୍କରେ ପୋଲିସକୁ ସୂଚନା ଦିଆଯାଇଥିଲା ।

ସଦର ପୋଲିସ ଆଜି ସକାଳୁ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସାଇଣ୍ଟିଫିକ ଟିମ୍ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ କରାଯିବା ପରେ ଓଡ୍ରାଫ୍ ଟିମ୍‌ର ସହାୟତା ନିଆଯାଇଛି । ଓଡ୍ରାଫ୍ କର୍ମଚାରୀମାନେ ପୋଖରୀ ଭିତରେ ଦୀର୍ଘ ୩ ଘଣ୍ଟା ଧରି ପୋଖରୀ ଭିତରେ ତନ୍ନତନ୍ନ କରି ଖୋଜିବା ପରେ ନିଖୋଜ ସନ୍ତୋଷଙ୍କ ମୃତଦେହକୁ ଠାବ କରିଛନ୍ତି । ଶେଷରେ ଶୁସାନ୍ତ ଙ୍କ ମୃତ ଦେହକୁ ପାଣି ଭିତରୁ ଉଦ୍ଧାର କରିଛି ଓଡ୍ରାଫ୍ ଟିମ୍ । ବଲାଙ୍ଗିର ସଦର ପୋଲିସ ମୃତ ଦେହକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଶୁସାନ୍ତଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାରଲୋକେ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.

error: Content is protected !!