oom

କଂଟାବାଂଜି ପୋଲିସ ଦ୍ୱାରା ବଡ ଧରଣର ଚୋରି ସାମଗ୍ରୀ ଉଦ୍ଧାର : ୪ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କଳା କଣ୍ଟାବାଞ୍ଜି ପୋଲିସ

jsmm
  • ୨ଟି ବୋଲେରୋ ପିକ୍‌ ଅପ୍‌ ଭ୍ୟାନ, ଗୋଟିଏ ମୋରଟ୍‌ ସାଇକଲ, ଗୋଟିଏ ଏଲ୍‌ଇଡି ଟିଭି, ପ୍ରିଂଟର ମେସିନ, ଜେରକ୍ସ ମେସିନ, ସିଲଭର ଆଇଡୋଲ ଭଗବାନ ହନୁମାନ, ଏକ ଇନଭେଟର, ବ୍ୟାଟେରୀ, ଷ୍ଟେବିଲାଇଜର ସହ ଅନ୍ୟାନ୍ୟ ଜିନିଷ ଜବତ

କଂଟାବାଂଜି, (ଗୁରୁଦୟାଲ ହଂସ/କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ପୋଲିସ ବଡ ଧରଣର ଚୋରି ସାମଗ୍ରୀ ଉଦ୍ଧାର କରିଛି । ଏନେଇ କଂଟାବାଂଜି ପୋଲିସ ଖବରଦାତା ସମ୍ମିଳନୀରେ ଗୁରୁବାର ସଂଧ୍ୟାରେ ସୂଚନା ଦେଇଛି । କଂଟାବାଂଜି ପୋଲିସ ଥାନାରେ ଗୁରୁବାର ସଂଧ୍ୟାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀର ସୂଚନା ମତେ ଗତ ନଭେମ୍ବର ୨୧ ତାରିଖ ରାତିରେ କଂଟାବାଂଜି ଗୋକୁଳାଧାମ୍‌ ନିକଟସ୍ଥ ଲକ୍ଷ୍ମୀ ଦୋକାନର ଗୋଦାମରୁ ଚୋରି ହୋଇଥିଲା । ଏହି ବିଷୟ ନେଇ କଂଟାବାଂଜିର ଆଲିଶାନ ଲାଇଫ ଷ୍ଟାଇଲ ନିବାସୀ ଅଶୋକ ଅଗ୍ରୱାଲ(୫୧) ଗତ ନଭେମ୍ବର ୨୨ ତାରିଖ ଦିନ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଏହି ଅଭିଯୋଗକୁ ଭିତ୍ତି କରି କଂଟାବାଂଜି ପୋଲିସ ଅଧିକ ଅନୁସଂଧାନ କରିଥିଲେ । ଚୋରି ହୋଇଥିବା ସାମଗ୍ରୀ ମଧ୍ୟରେ ଦୁଇଟି ପିକ୍‌ ଅପ୍‌ ବୋଲେରୋ ଭ୍ୟାନ, ଗୋଟିଏ ହିରୋ ହୋଣ୍ଡା ଏଚ୍‌ଏଫ୍‌ ମୋଟର ସାଇକଲ, ଗୋଟିଏ ଏଲ୍‌ଇଡି ଟିଭି, ପ୍ରିଂଟର ମେସିନ, ଜେରକ୍ସ ମେସିନ, ଭଗବାନ ହନୁମାନଙ୍କ ସିଲଭର ଖଚିତ ମୂର୍ତି, ଗୋଟିଏ ଇନଭେଟର, ଗୋଟିଏ ବ୍ୟାଟେରି, ଗୋଟିଏ ଷ୍ଟେବିଲାଇଜର ସହ ଅନ୍ୟାନ୍ୟ ଜିନିଷ ଜବତ କରିଛି । କଂଟାବାଂଜି ପୋଲିସ ଏକ ମାମଲା କେସ ନଂ. ୩୯୧/୨୦୨୩ ରୁଜୁ କରି ଅଧିକ ତଦନ୍ତ ପାଇଁ ଆଇ.ଆଇ.ସି. ରଶ୍ମିତା ବେହେରା, ଏସ୍‌.ଆଇ. ଏସ୍‌. ଛତ୍ରୀଆ, ଏ.ଏସ୍‌.ଆଇ. ଇଶ୍ୱର ଚନ୍ଦ୍ର ମାଝି, କନେଷ୍ଟବଲ ବି. ସାହୁ, ଚନ୍ଦ୍ର ଶେଖର ବାଗ, ହୋମଗାର୍ଡ ଜେ.ଖୁରା, ଗୋକୁଲଙ୍କ ନେତୃତ୍ୱରେ ଏକ ଟିମ୍‌ ଗଠନ ହୋଇଥିଲା । ଏହି ଚୋରି ହୋଇଥିବା ନେଇ ବଲାଙ୍ଗିର ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଅନୁସଂଧାନ କରିବା ମଧ୍ୟରେ ବେଲପଡା ଥାନା ମଧ୍ୟପୁର ଗ୍ରାମ ନିକଟରେ ଏକ ବୋଲେରୋ ଦୁର୍ଘଟଣାଗ୍ରସ୍ତ ହୋଇଥିବା ପୋଲିସ ଜାଣିବାକୁ ପାଇଥିଲା । ଏହା ପରେ ଗୁରୁବାର ଦିନ ପୋଲିସ ଘଟଣାସ୍ଥଳକୁ ଯାଇ ଅନୁସଂଧାନ କରିବା ମଧ୍ୟରେ ଦୁର୍ଘଟଣା ଘଟିଥିବା ବୋଲେରୋ ଗାଡିକୁ ମଧ୍ୟପୁରରୁ ଜବତ କରିଛି । ଜବତ ବେଳେ ସମସ୍ତ ଜିନିଷ ଉଦ୍ଧାର କରିଛି । ପୋଲିସ ଅନୁସଂଧାନ କରିବାରେ କଂଟାବାଂଜି ଥାନା ଅଧିନସ୍ଥ ଚଟୁଅନକାର ଅରିଫ ଖାନ(୨୦), ଡଙ୍ଗାମରାର ରୁପଧର ବାଗ (୨୦), ଚଟୁଅନକାର ବବଲୁ ପୁଟେଲ(୨୧), ବଲିଆଭଟାର ନିଳମଣୀ ବରିହା (୨୭)ଙ୍କୁ ଗିରଫ କରି କଂଟାବାଂଜି କୋର୍ଟ ଚାଲାଣ କରିଛି । ଯାମିନ୍‌ ନାମଂଜୁର ହେବାରୁ ସ୍ଥାନୀୟ ସବ୍‌ଜେଲ୍‌କୁ ପଠାଯାଇଥିବା କଂଟାବାଂଜି ପୋଲିସ ଏସ୍‌.ଡି.ପି.ଓ. ଗୌରାଙ୍ଗ ଚରଣ ସାହୁ ସୂଚନା ଦେଇଛନ୍ତି । ଏହି ଖବରଦାତା ସମ୍ମିଳନୀରେ ଆଇ.ଆଇ.ସି. ରଶ୍ମିତା ବେହେରାଙ୍କ ସହ ଅନ୍ୟ ପୋଲିସ ଅଧିକାରୀ ସାମିଲ ଥିଲେ ।

jittmm
Leave A Reply

Your email address will not be published.