oom

ଚୋରି ହୋଇଥିବା ବାଇକ ଉଦ୍ଧାର କଲା ଆଗଲପୁର ପୋଲିସ

jsmm

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଭରସୁଜା ଗ୍ରାମର ସତ୍ୟାନନ୍ଦ ବେହେରା ପି-ପୁରନ୍ଦର ବେହେରା ଆଗଲପୁର ଥାନାରେ ୨୭-୭-୨୩ ତାରିଖ ରାତିରେ ସେ ବ୍ୟବହାର କରୁଥିବା ପଲସର ବାଇକ ନଂ-ଓଆର ୦୩ ଏଫ ୧୩୪୮ ରଂଗ କଳା ତାଙ୍କ ଘର ଭିତରେ ପଶି ଚୋରି ହୋଇଥିବା ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁସାରେ ଆଗଲପୁର ପୋଲିସ ତଦନ୍ତ କରି ଜାଣିବାକୁ ପାଇଲା ଯେ, ଭରସୁଜା ଗ୍ରାମର ଅଶୋକ ସାହୁ ପି-ଧନଞୟ ସାହୁ ଉକ୍ତ ବାଇକକୁ ରାତିରେ ଚୋରି କରି କିଛିବାଟ ଗଡେଇ ଗଡେଇ ଆଣି କିଛି ଦୂରରେ ଆଗରୁ ରଖିଥିବା ବୋଲେରୋ ପିକଅପ ନଂ ଓଡି ୧୪ ଏକ୍ସ ୫୮୪୭ ଗାଡିରେ ଲୋଡ କରି ଗାଇସିଲେଟ ଛକରେ ଥିବା କବାଡି ଗୋଦାମର ମାଲିକ ଏକ ଲାଲ ଖାନଙ୍କ ନିକଟରେ ୩୪୦୦ ଟଙ୍କାରେ ବିକ୍ରି କରି ଦେଇଥିଲା । ଆଗଲପୁର ପୋଲିସ ଏକ ଲାଲ ଖାନଙ୍କ ଗୋଦାମରୁ ଚୋରି ପଲସର ବାଇକ ଓ ଆକାଶ ସାହୁଠାରୁ ବୋଲେରୋ ପିକଅପ୍‌ ଗାଡି ଜବତ କରି ଉଭୟଙ୍କୁ କେଶ ନଂ୧୨୪/୨୩ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି । ପ୍ରକାଶ ଥାଉକି ଜବତ ବୋଲେରୋ ପିକଅପ ଗାଡି ପୂର୍ବରୁ କୌଣସି ଏକ ମାମଲାରେ ଧରାପଡି ଶାସନ ଥାନାରେ କେଶ ରୁଜୁ ହୋଇଛି । ଉକ୍ତ ତଦନ୍ତରେ ଆଇଆଇସି ସନାତନ ସାହୁ, ଏସ୍‌ଆଇ ଏନ୍‌ ସାହା, ଏ ଏସ୍‌ଆଇ ଅନ୍ତର୍ଯ୍ୟାମୀ ବେହେରା ଓ ଆଗଲପୁର ଥାନାର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.