oum

ପରିତ୍ୟକ୍ତ କୂଅରୁ ଉଦ୍ଧାର ହେଲା ହାତୀ

jsm

ଚମ୍ପୁଆ : ପରିତ୍ୟକ୍ତ କୂଅରୁ ଉଦ୍ଧାର ହେଲା ଗଳି ପଡ଼ିଥିବା ହାତୀ । ଟୁଣଟୁଣା ଅରଡେଇ ପୋଲ ନିକଟରେ ରାସ୍ତା ପାର ହେଉଥିବା ବେଳେ ରାସ୍ତା ନିକଟରେ ଥିବା ଏକ ପରିତ୍ୟକ୍ତ କୂଅରେ ଏକ ହାତୀ ଗଳି ପଡିଥିଲା । ଚମ୍ପୁଆ ବନ ବିଭାଗ ପହଞ୍ଚି ହାତୀକୁ ଉଦ୍ଧାର କରିଥିବା ଜଣାପଡିଛି ।

ସୂଚନା ଅନୁସାରେ ଗୁରୁବାର ଭୋର ପ୍ରାୟ ୪ଟା ବେଳେ ପତଳା ଜଙ୍ଗଲରୁ ଟୁଣଟୁଣା ଜଙ୍ଗଲକୁ ଯାଉଥିବା ୨୫ ଟିକିଆ ହାତୀପଲ ଟୁଣଟୁଣା ଅରଡେଇ ପୋଲ ନିକଟରେ ରାସ୍ତା ପାର ହେଉଥିଲେ । ଏତିକି ବେଳେ ରାସ୍ତା ନିକଟରେ ଥିବା ଏକ ପରିତ୍ୟକ୍ତ କୂଅରେ ଏକ ମଧ୍ୟ ବୟସ୍କ ହାତୀ ଗଳି ପଡ଼ିଥିଲା । ହାତୀ ପଲର ଗତିବିଧି ଉପରେ ନଜର ରଖିଥିବା ଗଜ ସାଥୀମାନେ ଏନେଇ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବା ପରେ ବନ ବିଭାଗ ତରଫରୁ ହାତୀଟିକୁ କୂଅରୁ ଉଦ୍ଧାର ପାଇଁ ପ୍ରୟାସ ଆରମ୍ଭ ହୋଇଥିଲା । ଜେସିବି ମେସିନ୍ ସାହାଯ୍ୟରେ କୂଅକୁ ଖୋଳାଯାଇ ସକାଳ ପ୍ରାୟ ୭ଟାରେ ହାତୀଟିକୁ କୂଅ ମଧ୍ୟରୁ ଉଦ୍ଧାର କରଯାଇଥିଲା । ଉଦ୍ଧାର ପରେ ହାତୀଟି ଜଙ୍ଗଲ ମଧ୍ୟକୁ ଚାଲି ଯାଇଥିଲା ।

Leave A Reply

Your email address will not be published.