ବନ୍ଦ କୋଠରିରୁ ଗୁରୁତର ଅବସ୍ଥାରେ ଯୁବକ ଉଦ୍ଧାର

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ଢୋଲମହୁଲ ସ୍ଥିତ ଏକ ବନ୍ଦ କୋଠରିରୁ ସ୍ଥାନୀୟ ପୋଲିସ ଜଣେ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିବା ଜଣାପଡିଛି । ତେବେ ଅବସ୍ଥା ଗୁରୁତର ହେବାରୁ ସମ୍ପୃକ୍ତ ଯୁବକଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ଗୁରୁତର ଯୁବକ ଜଣକ ହେଲେ ଲୋଇସିଂହା ଥାନା ଅନ୍ତର୍ଗତ ରାଣିପାଲି ଗ୍ରାମର ମାଧବ ମହାକୁର । ଜଣେ ମହିଳାଙ୍କ ଠାରୁ ସୂଚନା ପାଇ ଲୋଇସିଂହା ପୋଲିସ ମାଧବଙ୍କୁ ଗୁରୁତର ଅବସ୍ଥାରେ ଏକ ବନ୍ଦ ଘରୁ ଉଦ୍ଧାର କରିଥିଲା । ତେବେ କେଉଁ ପରିସ୍ଥିତିରେ ତଥା କି ଉଦ୍ଦେଶ୍ୟରେ କାହିଁକି ମାଧବ ସେଠାକୁ ଆସିଥିଲେ, ତାଙ୍କ ଅବସ୍ଥା କିଭଳି ଗୁରୁତର ହେଲା ସେ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡିଛି ।

Leave A Reply

Your email address will not be published.