centurian jitm

ବ୍ରହ୍ମପୁର ରେଳ-ପ୍ଲାଟଫର୍ମର ଲିଫ୍ଟ ଛାତରୁ ମାନସିକ ବିକୃତ ଯୁବକଙ୍କୁ କାବୁ କରି ଉଦ୍ଧାର କଲା ରେଳବାଇ ପୋଲିସ

nschool

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ରେଳ-ପ୍ଲାଟଫର୍ମର ଲିଫ୍ଟ ଛାତରୁ ମାନସିକ ବିକୃତ ଯୁବକଙ୍କୁ କାବୁ କରି ଉଦ୍ଧାର କରିଛି ରେଳବାଇ ପୋଲିସ । ସୂଚନା ଅନୁସାରେ ଗତକାଲି ବ୍ରହ୍ମପୁର ରେଳ ଷ୍ଟେସନଠାରେ ଦୀର୍ଘ ୪ଘଣ୍ଟା ଧରି ଜଣେ ମାନସିକ ବିକୃତ ଯୁବକ ବ୍ରହ୍ମପୁର ରେଳ ଷ୍ଟେସନରେ ଉତ୍ପାତ କରିଥିବା ଜଣାପଡିଛି । ତାଙ୍କୁ ଉଦ୍ଧାର କରିବାକୁ ଜିଆରପି, ଆରପିଏଫ ଓ ଅଗ୍ନିଶମ ବିଭାଗକୁ ୪ ଘଣ୍ଟା ସମୟ ଲାଗିଥିବା ଜଣାପଡିଛି । ସୂଚନା ଅନୁସାରେ ଷ୍ଟେସନର ୪ନମ୍ବର ପ୍ଲାଟଫର୍ମର ଲିଫ୍ଟ ଛାତ ଉପରକୁ ଯୁବକ ଜଣକ କୌଣସି ପ୍ରକାରେ ଚଢି ଯାଇଥିଲେ । ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସେ ସେହି ଛାତ ଉପରେ ହିଁ ବୁଲୁଥିଲେ । ପରେ ବହୁ ପ୍ରଲୋଭନ ଦେଖାଇ ତାଙ୍କୁ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ । ସେ ନିଜର ନାଁ ଓ ଠିକଣା କହିପାରୁନାହାନ୍ତି । ଏବେ ଯାଏଁ ତାଙ୍କ ନାମ, ଗ୍ରାମ, ଠିକଣା ମିଳି ନଥିବା ଜଣାଯାଇଛି । ରେଳ ପ୍ଲାଟଫର୍ମରେ, ପ୍ଲାଟଫର୍ମ, ଛାତ ଉପରେ, ଅବା ରେଳଗାଡ଼ି ଛାତ ଉପରେ ଚଢ଼ି ଏଭଳି ଉନ୍ମତ୍ତ କାଣ୍ଡ ଘଟାଇବା ଘଟଣା ପ୍ରାୟତଃ ଅନେକଥର ହେଲାଣି । ଗୋଟିଏ ଦୁଇଟି ଅଘଟଣ ଏବଂ ଗୋଟିଏ ଅଦ୍ଭାବନୀୟ ଘଟଣା ମଧ୍ୟ ଏଠି ଘଟିଛି । ଏଥିପ୍ରତି ଭାରତୀୟ ରେଳବାଇ ପକ୍ଷରୁ ଗୁରୁତ୍ତ୍ୱପୂର୍ଣ୍ଣ ପଦକ୍ଷେପ ନେବା ଆବଶ୍ୟକତା ରହିଛି ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି ।

Leave A Reply

Your email address will not be published.