ଜିଲ୍ଲା ପ୍ରଶାସନ ଦ୍ୱାରା ଯମୁନା ବାହାଲରୁ ଉଦ୍ଧାର ହେଲେ ପାୟଲ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ବଲାଙ୍ଗିରର ସାମାଜିକ କର୍ମୀ ଅରୁଣ କୁମାର ଖୁଆସ ଓ ସେବିକା ଆହ୍ଲାଦିନୀ ସେଠ୍‌ ଯମୁନାବାହାଲ ଯାଇ ଉଚ୍ଚ କ୍ଷମତା ସଂପନ୍ନ ବିଦ୍ୟୁତ ସସ୍ପର୍ଶରେ ଆସି ଅଣ୍ଟାରୁ ତଳକୁ ଉଭୟ ଗୋଡ, ବାମହାତର କହୁଣି ତଳକୁ ଓ ଡାହାଣ ହାତ ବାହୁ ତଳକୁ ୨୦୧୫ ମସିହାରେ ରାୟପୁରରେ ହରାଇଥିବା ଝିଅ ପାୟଲ ନାଗ (୧୪)ଙ୍କୁ ଉଦ୍ଧାର କରି ବଲାଙ୍ଗିରକୁ ଆଣିଥିଲେ । ପରେ ଶିଶୁ ମଙ୍ଗଳ ସମିତିରେ ତାର ଯତ୍ନ ଓ ସୁରକ୍ଷାର ବିଚାର ନିମନ୍ତେ ହାଜର କରାଯାଇ, ପାର୍ବତୀଗିରି ବାଳ ନିକେତନ, ପଥରଚେପା ଠାରେ ତଇଥାନ ପାଇଁ ବର୍ତ୍ତମାନ ଅବସ୍ଥାପିତ କରାଯାଇଛନ୍ତି । ଏଠାରେ ପ୍ରକାଶ ଯୋଗ୍ୟ ଯେ, ପାୟଲର ଚିକିତ୍ସା ପାଇଁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଗାଡି ଯୋଗେ ୨୦୧୫ରେ ଓଲଟୁର, କଟକ ଓ ୨୦୨୦ ମସିହାରେ ଡିସିପୟୁର ସମାଜିକ କର୍ମୀଙ୍କ ଦାୟିତ୍ୱ ଓ ସୁରକ୍ଷାରେ ଗୋଡରେ କୃତ୍ରିମ ଅଙ୍ଗ ଖଞ୍ଜାଯିବାର ବ୍ୟବସ୍ଥା ଜିଲ୍ଲା ପ୍ରଶାସନ ତରଫରୁ ସଫଳ ଭାବେ କରାଯାଇଥିଲା । ଚିକିତ୍ସା ତଥା ଆନୁସଙ୍ଗିକ ଖର୍ଚ୍ଚ ପାଇଁ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ଶିଶୁର ପିତା ବିଜୟ କୁମାର ନାଗଙ୍କୁ ୩୦,୦୦୦/- ଆର୍ଥିକ ସହାୟତା, ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିରୁ ଏକ ଲକ୍ଷ ଟଙ୍କା, ବିଜୁ ପକ୍କା ଘର, ଝିଅକୁ ମଧୁବାବୁ ପେନ୍‌ସନ ଯୋଜନାରେ ସହାୟତା, ହ୍ୱିଲ ଚେୟାର ଆଦି ବ୍ୟବସ୍ଥା କରାଯାଇ ସାରିଛି । ଶିଶୁକୁ ସ୍ୱତନ୍ତ୍ର ଭାବେ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି । ଏମ୍‌.ଏନ୍‌.ଇ.ଜି.ଆର୍‌.ଏସ୍‌ରେ ଅନ୍ତର୍ଭୁକ୍ତ କରାଯାଇଛି । ଯମୁନା ବାହାଲ ଉଦ୍ଧାର କାର୍ଯ୍ୟକ୍ରମରେ ମୁରିବାହାଲ ଜିପିଇଓ ସ୍ଥାନୀୟ ଅଙ୍ଗନୱାଡି କର୍ମୀ ବିଜୟ ଲକ୍ଷ୍ମୀ ଖମାରୀ, ପୂଜା ନାଗ, ଆଶା କର୍ମୀ ଜାନକୀ କୁମ୍ଭାର ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave A Reply

Your email address will not be published.