ଗର୍ଭବତୀ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ମୟୁରଭଞ୍ଜ : ଗର୍ଭବତୀ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଏଭଳି ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ବିଶୋଇ ଥାନା ମଝିଗାଁରେ । ମୃତ ମହିଳା ହେଲେ ସୀତା ମହାକୁଡ଼ । ସୀତାଙ୍କ ବାପ ଘର ଯୋଶୀପୁର ଥାନା ଠାକୁରଗୁଡା ଗ୍ରାମରେ । ସୂଚନା ମୁତାବକ ସୀତା ଦୁଇବର୍ଷ ତଳେ ବିଶୋଇ ଥାନା ମଝିଗାଁରେ ବିବାହ କରିଥିଲେ । ମୃତ୍ୟୁ ବେଳକୁ ସିଏ ସାତ ମାସ ର ଗର୍ଭବତୀ ଥିବା ଜଣା ପଡ଼ିଛି ।
ସୀତାଙ୍କ ସ୍ୱାମୀ ସବୁବେଳେ ମାରପିଟ କରୁଥିବା ଅଭିଯୋଗ କରି ଆସୁଥିଲେ ଓ ଦୁଇଦିନ ତଳେ ବାପଘରକୁ ଫୋନ ମାଧ୍ୟମରେ ମାଡ଼ ସହି ହଉନି ବୋଲି ଅଭିଯୋଗ କରିଥିଲେ ସୀତା କିନ୍ତୁ ସ୍ୱାମୀ ଅଭିଳାଷ ମହାକୁଡ଼ ତାଙ୍କ ସ୍ତ୍ରୀ ଘରେ କବାଟ ଲଗାଇ ଆତ୍ମହତ୍ୟା କରିଥିବା ଓ ସିଏ ଘରର ଆର୍ଡବେଷ୍ଟର ଭାଙ୍ଗି ସ୍ତ୍ରୀଙ୍କୁ ରକ୍ଷା କରିବାକୁ ଚେଷ୍ଟା କରିଥିବା ପୁଲିସ ଆଗରେ ପ୍ରକାଶ କରିଛନ୍ତି । ପୁଲିସ ଅଭିଳାଷଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରୁଥିବା ବେଳେ ବାରିପଦାରୁ ସାଇଣ୍ଟିଫିକ ଦଳ ଆସି ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.

error: Content is protected !!