oom

ପଦ୍ମପୁର ୭ ଦିନ ସଟଡାଉନ ଉଦ୍ଦେଶ୍ୟ କଣ ବୋଲି ଲୋକଙ୍କ ଭିତରେ ପ୍ରଶ୍ନ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନ ଦିନକୁ ଦିନ ବଢୁଥିବା କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟାକୁ ଦେଖି ଲୋକେ ଭୟଭୀତ ଥିବା ବେଳେ ରାଜ୍ୟ ସରକାର କିନ୍ତୁ ପ୍ରକୃତ ମୃତ୍ୟୁ ସଂଖ୍ୟା ପ୍ରକାଶ କରୁନଥିବା ସାଧାରଣରେ ଚର୍ଚ୍ଚା ହେଉଛି । ହେଲେ ଅନ୍ୟପଟେ ଲୋକଙ୍କ ହିତ ପାଇଁ ବିଭିନ୍ନ ସ୍ଥାନରେ ଅନୁଷ୍ଠାନମାନଙ୍କ ଦ୍ୱାରା ସଟଡାଉନ ସହ ନିଜ ସହରକୁ ସାନିଟାଇଜ ଏବଂ ଘର ଘର ଯାଇ ଟେଷ୍ଟିଂ କରା ଚାଲିଛି। ପଦ୍ମପୁରରେ ମଧ୍ୟ ମର୍ଚେଣ୍ଟ ଏସୋସିଏସନ, ନାଗରିକ କମିଟି ସହ ଅଞ୍ଚଳରେ ଥିବା ଅନ୍ୟାନ୍ୟ ଅନୁଷ୍ଠାନମାନଙ୍କ ସହ ଆଲୋଚନା ପରେ ସାନ୍ଧ୍ୟ ୬ ଘଟିକା ଯାଏ ମାର୍କେଟ ଖୋଲିବା ପାଇଁ ନିଷ୍ପତ୍ତି ହୋଇଥିଲା । ହେଲେ ବର୍ତ୍ତମାନର ପରିସ୍ଥିତି ଏବଂ ଆକ୍ରାନ୍ତ ସଂଖ୍ୟାକୁ ଦୃଷ୍ଟିରେ ରଖି ମାର୍ଚେଣ୍ଟ ଏସୋସିଏସନ ଏବଂ ନାଗରିକ କମିଟି ତରଫରୁ ପଦ୍ମପୁର ଉପଜିଲ୍ଲାପାଳଙ୍କୁ ୭ ଦିନ ସଟଡାଉନ ପାଇଁ ଅନୁମତି ନିମନେ୍‌ନ୍ତ ଦାବୀପତ୍ର ଦିଆ ଯାଇଥିଲା । ହେଲେ କେନ୍ଦ୍ର ସରକାରଙ୍କ ଗାଇଡ଼ଲାଇନ ଅନୁଯାୟୀ ପ୍ରଶାସନ ସଟଡାଉନ ପାଇଁ ଅନୁମତି ଦେଇ ପାରିବେ ନାହିଁ ବୋଲି ନିୟମ ଥିବା ବେଳେ ଓକିଲ ସଂଘ, ମାର୍ଚେଣ୍ଟ ଏସୋସିଏସନ ଏବଂ ନାଗରିକ କମିଟି ତରଫରୁ ପଦ୍ମପୁର ଜନସାଧାରଣଙ୍କୁ ସ୍ବେଚ୍ଛାକୃତ ଭାବେ ଆସନ୍ତା ତା.୨୯.୦୯.୨୦୨୦ ଠାରୁ ତା.୦୫.୧୦.୨୦୨୦ ପର୍ୟ୍ୟନ୍ତ ଜରୁରୀ ସେବା ଯଥା ଔଷଧ, ସାର, କ୍ଷୀର ଦୋକାନ ସହ ଅନଲାଇନ ଚାଲିଥିବା ଏଡ଼ମିଶନ ଯୋଗୁ କମ୍ପୁଟର ଦୋକାନ ଛଡା ଅନ୍ୟାନ୍ୟ ସମସ୍ତ ଦୋକାନ ବାଜାର ବନ୍ଦ ରଖିବା ପାଇଁ ଅନୁରୋଧ କରାଯାଇଛି । ଏହାଦ୍ୱାରା କିନ୍ତୁ ସାନ୍ଧ୍ୟ ସମୟରେ ନିଜର ବ୍ୟବସାୟ କରୁଥିବା ଉଠାଦୋକାନୀ ଏବଂ ଠେଲା ଵାଲାଙ୍କର ବହୁ ଅସୁବିଧା ହେବ ବୋଲି ସେମାନେ ପ୍ରକାଶ କରୁଥିବା ବେଳେ ନିଜର ଏବଂ ସମାଜର ହିତ ପାଇଁ କିନ୍ତୁ ସେମାନେ ମଧ୍ୟ ଯଥାସମ୍ଭବ ସହଯୋଗ କରିବେ ବୋଲି କହିଥିବା ବେଳେ କିଛି ଠେଲା ବ୍ୟବସାୟୀ କିନ୍ତୁ ପ୍ରକାଶ କରିଛନ୍ତି ଯେ, ଯଦି କେହି ବନ୍ଦରେ ଦୋକାନ ଖୋଲନ୍ତି ବା ବ୍ୟବସାୟ କରନ୍ତି ତେବେ ୧୦,୦୦୦ ଟଙ୍କା ପର୍ୟ୍ୟନ୍ତ ଫାଇନ କରିବାର ଧମକ ଆଲୋଚନାରେ ଦିଆ ଯାଇଥିବାର ମଧ୍ୟ ପ୍ରକାଶ କରିଛନ୍ତି ।

ତେବେ ବର୍ତ୍ତମାନ ଏହା କେତେ ଦୂର ଯୁକ୍ତିଯୁକ୍ତ ? ସଟଡାଉନରେ ସହରକୁ ସାନିଟାଇଜ କି ଘର ଘର ଯାଇ ଟେଷ୍ଟିଂର ବ୍ୟବସ୍ଥା କରାଯିବ ନା ଖାଲି ବନ୍ଦ ରଖି ଛାଡି ଦିଆଯିବ ? ପନିପରିବା କଣ ଦୈନିକ ଜରୁରୀ ସାମଗ୍ରୀ ନୁହଁ ? ଯୋଉ ଦିନ ମଜୁରିଆ ମାନେ ପ୍ରତିଦିନ ଖଟି ପ୍ରତିଦିନ କିଣି ଘର ଚଳାଇଥାନ୍ତି, ତାଙ୍କ ପାଇଁ ବ୍ୟବସ୍ଥା କଣ ? ଏଭଳି ପ୍ରଶ୍ନ ଲୋକଙ୍କ ମନରେ ଥିବା ବେଳେ କୌଣସି ବ୍ୟକ୍ତି କିନ୍‌ନ୍ତୁ ସଠିକ ଉତ୍ତର ଦେବାରେ ଅସମର୍ଥ ଏବଂ ଯଦି ଏହି ସବୁ ଜିନିଷ ପ୍ରତି ଭାବ ବିଚାର ନ କରି କେଵଳ ଲୋକ ଦେଖାଣିଆ ଭଳି ସଟଡାଉନ ଆହ୍ୱାନ କରାଯାଉଛି, ତେବେ ଏହା କାହା ସ୍ୱାର୍ଥ ପାଇଁ ଏବଂ କାହା ଇଙ୍ଗିତରେ ହଉଛି ବୋଲି ଜନସାଧାରଣଙ୍କ ଭିତରେ ଚର୍ଚା ହେଉଛି ।

ଅନ୍ୟପଟେ କୌଣସି ପ୍ରଶାସନିକ ନିୟମ ନଥିବା ବେଳେ କୋଉ ହିସାବରେ ଫାଇନ ପାଇଁ ଧମକ ଦିଆ ଯାଇଛି, ତାହା ସବୁଠୁ ବଡ଼ ପ୍ରଶ୍ନ ବୋଲି ସାଧାରଣରେ ଆଲୋଚନା ହେଉଛି ।

jittmm
Leave A Reply

Your email address will not be published.