jayashree

ଛତ୍ରପୁରରେ ଅବସ୍ଥାପିତ ରାଜୀବ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ପ୍ରତି ଅବମାନନା : ସାଧାରଣରେ ଉଦ୍‌ବେଗ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରରେ ଅବସ୍ଥାପିତ ଅପର ବସଷ୍ଟାଣ୍ଡ ନିକଟରେ ଥିବା ରାଜୀବଗାନ୍ଧୀଙ୍କ ପ୍ରତିମୂର୍ତ୍ତି ପ୍ରତି ଅବମାନନା କରାଯାଇଛି । ଆଞ୍ଚଳିକ ପ୍ରଶାସନର ଚରମ ଅବହେଳା ଘେନି ଏହି ଅଞ୍ଚଳରେ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି । ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବଗାନ୍ଧୀ ଜଣେ ଅତତାୟୀଙ୍କ ବୋମାଗୋଳା ବର୍ଷଣରେ ମୃତ୍ୟୁବରଣ କରିଥିଲେ ।ଦେଶପାଇଁ ଅନେକ ସଂଗ୍ରାମ କରିଆସିଥିବା ତାଙ୍କର ସ୍ମରଣୀୟ ଇତିହାସ ଏବେ ବି ଗୁଞ୍ଜରୀତ କରେ । ସ୍ଥାନୀୟ ପ୍ରଶାସନ ହେଉ ଅବା ରାଜ୍ୟ ପ୍ରଶାସନ ହେଉ ଭାରତ ବର୍ଷର ସାମ୍ବିଧାନିକ ଦୃଷ୍ଟିରୁ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ସମସ୍ତଙ୍କୁ ସମ୍ମାନ ଦେବା ଆବଶ୍ୟକ । ହେଲେ ଛତ୍ରପୁରରେ ଯେଉଁଠି ତାଙ୍କର ପ୍ରତିମୂର୍ତ୍ତି ବସାଯାଇଛି, ସେଠି ଆଲୋକର ବନ୍ଦୋବସ୍ତ ହୋଇନାହିଁ, କି ସେଠାରେ ମୁକ୍ତା ଯୋଜନାରେ ସୌନ୍ଦର୍ଯ୍ୟକରଣ ହୋଇନାହିଁ । ପୁନଃଶ୍ଚ ତାଙ୍କ ନାମ ଫଳକରେ ଦୀର୍ଘଦିନ ହେଲା ଫାଟ ଦେଖାଯାଇଛି, ତାହାକୁ ପରିବର୍ତ୍ତନ କରାଯାଇନାହିଁ । ଏହାର ପ୍ରତିକାର କରି ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ପ୍ରତି ସମ୍ମାନ ରକ୍ଷା କରାଯାଉ ବୋଲି ରାଜ୍ୟ ଅନୁସୂଚିତ ଜାତି ହରିଜନ ମୋର୍ଚ୍ଚା ସଭାପତି ଭାଗିରଥୀ ବେହେରା ଦାବୀ କରିଛନ୍ତି । ଏହାର ସମାଧାନ ନ ହେଲେ ଜନ ଆନ୍ଦୋଳନ କରିବେ ବୋଲି ସ୍ଥାନୀୟ ପ୍ରଶାସନକୁ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.