jayashree

ପାଟଣାଗଡରେ କଳାକାର ଚୟନ ଶିବିରରେ ଅବ୍ୟବସ୍ଥାକୁ ନେଇ ବ୍ଲକ କଳାକାର ସଂଘର ଉଦ୍‌ବେଗ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣଗଡ ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ସଭାଗୃହରେ ଦୁଇଦିନ ଧରି କଳାକାର ଚୟନ ପ୍ରକ୍ରିୟା ଅବ୍ୟବସ୍ଥା ମାଧ୍ୟମରେ ଅନୁଷ୍ଠିତ ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ, ଏହି ବ୍ଲକ ଅନ୍ତର୍ଗତ ୩୦ ଗୋଟି ପଞ୍ଚାୟତର ବିଭିନ୍ନ କାଳାକାରମାନେ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ କଳାକାର ସହାୟତା ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ୩୩୨ ଜଣ ବିଭିନ୍ନ ବର୍ଗର କଳାକାର ଆବେଦନ କରିଥିଲେ । ଏହି ଚୟନ ପ୍ରକ୍ରିୟାରେ ବ୍ଲକ ପ୍ରଶାସନ ପକ୍ଷରୁ କଳାକାରଙ୍କ ରହିବା, ପେଣ୍ଟିଂହେବା ତଥା ଖାଦ୍ୟ ଓ ପାନୀୟଜଳର ବ୍ୟବସ୍ଥା କରାଯାଇନଥିଲା । ଯାହାକୁ ନେଇ କଲାକାରଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି । ବ୍ଲକ ପ୍ରଶାସନ ତରଫରୁ ସାମାଜିକ ସୁରକ୍ଷା ଅଧିକାରୀ କମଳ କାନ୍ତ ବାରିକଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଚୟନ କମିଟିରେ ଅଞ୍ଚଳର ଜଣାଶୁଣା ବରିଷ୍ଠ କଲାକାର ଆଲୋକ ଦାସ, ଜନସନ ନାଗ, ଦୀପକ କୁମାର ଭୋଇ, ମନୋଜ ବାଗ ପ୍ରମୁଖ ଉପସ୍ଥିତ ରହି କଳାକାର ଚୟନ କରିଥିଲେ । ଏଥିରେ ପ୍ରଥମ ଦିନ ୧୫୫ ଜଣ କଳାକାର ଯୋଗଦେଇ ନିଜ କଳାନୈପୂଣ୍ୟ ପ୍ରଦର୍ଶନ କରିଥିଲେ । ସମସ୍ତ କଳାକାରଙ୍କୁ ଚୟନ କରାଯାଇଥିଲା । ସେହିପରି ଦ୍ଵିତୀୟ ଦିନରେ ୧୨୫ ଜଣ କଳାକାର ଯୋଗଦେଇ ନିଜ କାଳାନୈପୂଣ୍ୟ ପ୍ରଦର୍ଶନ କରିଥିବା ବେଳେ ସେମାନେ ମଧ୍ୟ ଚୟନ ହୋଇଥିଲେ । ଏ ସମ୍ପର୍କରେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ କମଳ କାନ୍ତ ବାରିକଙ୍କୁ ପଚରାଯିବାରୁ ଜିଲ୍ଲା ପ୍ରଶାସନ ତରଫରୁ କୌଣସି ଅନୁଦାନ ଆସି ନ ଥିଲା ମୋ ତରଫରୁ କେବଳ ପାନୀୟଜଳର ବ୍ୟବସ୍ଥା କରିଥିଲି ବୋଲି ସଫେଇ ଦେଇଥିଲେ ।

Leave A Reply

Your email address will not be published.