ମରଣଯନ୍ତା ପାଲଟିଛି ଉଦନ୍ତି ବ୍ରିଜ : ଯାତାୟତ ବନ୍ଦ କଲା ପ୍ରଶାସନ

ସିନାପାଲି, (ନିରାକାର ମେହେର) : ନୁଆପଡା ଜିଲ୍ଲା ସିନାପାଲିର ପ୍ରମୁଖ ନଦୀ ହେଉଛି ଉଦନ୍ତି ନଦୀ । ଏହି ନଦୀ ଉପରେ ଗୋଟିଏ ଠିକା ସଂସ୍ଥା ଆରକେଡି ବ୍ରିଜ ତିଆରି କାମ କଲା ହେଲେ କିଛି ମାସର ବ୍ୟବଧାନରେ ବ୍ରିଜରେ ଫାଟ ଦେଖାଦେଲା । ଏହି ଫାଟ ଦେଖା ଦେବା ପରେ ପ୍ରଶାସନ ଯାତାୟତକୁ ବନ୍ଦ କରିଦେଲା । ସିନାପାଲି ସହର ଯୁଗେନପଦର ଭୟା ବୋଡେନକୁ ଯାଉଥିବା ଡାହାଣ ପାର୍ଶ୍ବରେ ଥିବା ବ୍ରିଜ ଉପରେ ଫାଟ ହେବା ସହ ତଳକୁ ଦବି ଯାଇଥିବା ଦେଖାଦେଇଛି ।ଏହି ସେତୁର ତୃତୀୟ ପିଲର ଦବି ଯାଇଥିବା ବେଳେ ବିପଦ ଆଶଂକା ଦେଖାଦେଇଛି । ଫଳ ଏହି ବ୍ରିଜ ଉପରେ ଯିବା ଆସିବା କରିବା ପାଇଁ ମନା କରାଯାଇଛି । ଏ ପରିକି ଉଭୟ ପଟୁ ବାଲି ଦେଇ ଦୁଇ ପାର୍ଶ୍ବ ରାସ୍ତା ବନ୍ଦ କରାଯାଇଛି । ସୂଚନାଯୋଗ୍ୟ ଯେ, ଏହି ବିଜୁ ଏକ୍ସପ୍ରେସ ୱେ ରାସ୍ତା ନିର୍ମାଣରେ ତରବରିଆ ଭାବରେ କାର୍ଯ୍ୟ କରଥିବା ବେଳେ ସିନାପାଲି ଅଂଚଳବାସୀ ଭୟଭୀତ ଥିବା ଜଣାପଡିଛି । ଏହି ରାସ୍ତା ନୁଆପଡା ଜିଲ୍ଲାରୁ କଲାହାଣ୍ଡି ଜିଲ୍ଲାକୁ ସଂଯୋଗ କରୁଥିବା ବେଳେ ରାସ୍ତା ଓ ସେତୁ ନିର୍ମାଣରେ କୋଟି କୋଟି ଟଂକା ଖର୍ଚ କରାଯାଇଛି । ଶିଘ୍ର ଏହାର ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବା ସହ ଯାତାୟତରେ ସୁଧାର ଆଣିବା ପାଇଁ ସିନାପାଲି ଅଂଚଳର ଗ୍ରାମବାସୀ ମହଲରେ ଦାବୀ ହେଉଛି ।

Leave A Reply

Your email address will not be published.