centurian jitm

ଡିଏଭି ମହାବିଦ୍ୟାଳୟର ଅଧ୍ୟାପକ ଅରୁଣ ପ୍ରଧାନ ଲୋକଙ୍କ ପାଇଁ ସାଜିଲେ ଉଦାହରଣ : ଝାଡୁ ଧରି ଅଳିଆ ଆବର୍ଜ୍ଜନାକୁ କଲେ ସଫା

nschool

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ମଣିଷ ନିଜର ଗୁଣ, କର୍ମ ଯୋଗୁଁ ସମାଜରେ ପରିଚିତ ହୁଏ । ସେ ଯେ କୌଣସି ବର୍ଗର ବ୍ୟକ୍ତି ହୋଇ ଥାଉ ନା କାହିଁକି, ନିଜେ ଯେପରି ନିଜର ପରିଚୟ ସୃଷ୍ଟି କରିବ ସମାଜରେ ସେତିକି ଗ୍ରହଣୀୟ ହୋଇପାରିବ । ଏଭଳି ଏକ କାର୍ଯ୍ୟ ଆଜି ସଭ୍ୟ ସମାଜ ପାଇଁ ଉଦାହରଣ ସୃଷ୍ଟି କରିଛି ।

ପ୍ରତିଦିନ ସକାଳ ହେଲେ ଡିଏଭି ମହାବିଦ୍ୟାଳୟ ଖେଳ ପଡ଼ିଆକୁ ବିଭିନ୍ନ ସ୍ଥାନରୁ ବ୍ୟାୟାମ, ପ୍ରାତଃଭ୍ରମଣ, ଖେଳ କୁଦ କରିବା ପାଇଁ ଭିଡ ଜମିଥାଏ । ଦୁଇ ଦିନ ତଳେ ଏକ ବିବାହ ଭୋଜି ଏହି ଖେଳ ପଡିଆରେ ଅନୁଷ୍ଠିତ ହୋଇଥିଲା । ସେହି ଭୋଜିର ଅଳିଆ ଆବର୍ଜ୍ଜନା ଆଜି ଯାଏଁ ପଡ଼ି ରହିଥିଲା । ଯେଉଁଠି ପଡ଼ିଥିଲା ସେଠାରେ ବ୍ୟାୟାମ କରିବା ଯନ୍ତ୍ରପାତି ରହିଛି, ଅସନା ଥିବା ଯୋଗୁଁ କେହି ବି ସେପଟେ ନ ଯାଇ ଅଲଗା ପଟେ ପଳାଉ ଥିଲେ, ଉପସ୍ଥିତ ନାଗରିକ ମଧ୍ୟ ଏପରି ଅସଫା କାର୍ଯ୍ୟକୁ କେହି ପସନ୍ଦ କରି ନ ଥିଲେ । ଏହା ଦେଖି ଡିଏଭି ମହାବିଦ୍ୟାଳୟର ଇଂରାଜି ବିଭାଗର ଅଧ୍ୟାପକ ଅରୁଣ ପ୍ରଧାନ ନିଜେ ପାଖରେ ପଡ଼ିଥିବା ଏକ ଝାଡୁ ଧରି ବ୍ୟାୟାମ କରିବା ସ୍ଥଳକୁ ସଫା କରିଥିଲେ । ଯାହାକି ଗୋଟିଏ ଭଲ ବ୍ୟକ୍ତିତ୍ୱର ପରିଚୟ ପ୍ରଦାନ କରେ, ନିଜେ ବି ଆମେ ଏଠାରେ ବ୍ୟାୟାମ କରୁଛୁ, ଆମେ ସଫା କଲେ ବି ହୋଇଯିବ ବୋଲି ନିଜେ ଝାଡୁ ଧରି ସଫା କରିଥିଲେ । ଏହାକୁ ଦେଖି ଉପସ୍ଥିତ ଥିବା ନାଗରିକମାନେ ଭୂୟସୀ ପ୍ରଶଂସା କରିଥିଲେ । ଜଣେ ଅଧ୍ୟାପକ ହୋଇ କେତେ ଉଚ୍ଚ କୋଟୀର ଚିନ୍ତା ଧାରା, ସତରେ ବିବାହ କରୁଥିବା ଲୋକଙ୍କ ବ୍ୟସ୍ତତା ତଥା ସାଂସାରିକ ଜଞ୍ଜାଳ, କୁଣିଆ ମୈତ୍ର ମଧ୍ୟ ଯାଇ ନାହାନ୍ତି, ସେମାନଙ୍କ ବି ଦୋଷ ନାହିଁ କିନ୍ତୁ ଖେଳ ପଡିଆକୁ ସଫାସୁତୁରା ରଖିବା କାହାର ଦାୟିତ୍ଵ ? ଖେଳ ପଡିଆକୁ ସମସ୍ତେ ଯଦି ନିଜର ଭାବନ୍ତେ ତାହେଲେ ମଦ ବୋତଲ, ଅଳିଆ ଆବର୍ଜ୍ଜନା ଲୋକ ପକାନ୍ତେ ନାହିଁ । ଯେତେ ଦିନ ଯାଏଁ ଲୋକଙ୍କ ମାନସିକତାରେ ପରିବର୍ତ୍ତନ ନ ଆସେ ସ୍ବଚ୍ଛତା ଅଭିଯାନ ସଫଳ ହୋଇ ପାରିବ ନାହିଁ । ଅନ୍ୟପଟେ ଅଧ୍ୟାପକ ଶ୍ରୀ ପ୍ରଧାନଙ୍କ ଭଳି ବ୍ୟକ୍ତିତ୍ବଙ୍କ ପାଇଁ ଆଜି ସମାଜ ଗର୍ବିତ । ଯିଏ ସମାଜ ପାଇଁ ଜଣେ ଆଦର୍ଶ ଉଦାହରଣ ସାଜିଛନ୍ତି । ଏମାନଙ୍କଠାରୁ ଲୋକ ଶିଖିବା କଥା ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.