ନୂତନ ସାପ୍ତାହିକ ବଜାର ବାଘଝରଣ ଠାରେ ଉଦଘାଟିତ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଆଜି ବଲାଙ୍ଗିର ଜିଲ୍ଲାର ଖପ୍ରାଖୋଲ ବ୍ଲକର ବାଘଝରଣ ଠାରେ ଏକ ନୂତନ ସାପ୍ତାହିକ ବଜାର ଉଦଘାଟିତ ହୋଇଯାଇଛି । ସର୍ବେ ପ୍ରଥମେ ଗାଁର ଦେବାଦେବୀଙ୍କୁ ପୂଜା କରି ଗାଁର ଗଉଁତିଆ ଶ୍ରୀଯୁକ୍ତ ଜୀବରଧନ ବରିହା ସାପ୍ତାହିକ ବଜାରର ଉନ୍ମୋଚନ କରିଥିଲେ । ତାପରେ ଗାଁର ଝଙ୍କାର ୱାର୍ଡ ମେମ୍ବର ସମେତ ଏସ୍‌ଏଚଜି ମହିଳା ଗ୍ରୁପ ଏଥିରେମୁଖ୍ୟ ଭୂମିକା ନେଇ ଥିଲେ । ବାଘଝରଣ ଗ୍ରାମର ବହୁତ ଦିନର ଭାବି ଥିବା ଆଶା ଆଜି ପୂରଣ କରିଥିବାରୁ ବାଘଝରଣ ଭଦ୍ରବ୍ୟକ୍ତି ଓ ଏସ୍‌ଏଚଜି ଗ୍ରୁପର ମହିଳାମାନଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି ।

Leave A Reply

Your email address will not be published.