centurian jitm

ବ୍ରହ୍ମପୁର ଏମକେସିଜି ମେଡିକାଲରେ ଚିକିତ୍ସାସେବା ବିପର୍ଯ୍ୟସ୍ତ : ଉଚ୍ଚସ୍ତରୀୟ ତଦନ୍ତ ଜରୁରୀ

nschool

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଏମକେସିଜି ମେଡିକାଲରୁ ସାମ୍ନାକୁ ଆସିଛି ଚିକିତ୍ସାର ବିକଳ ଚିତ୍ର । ମିଳୁନି ବେଡ, ଚଟାଣରେ ବସି ଅକ୍ସିଜେନ ନେଉଛନ୍ତି ରୋଗୀ । ଅକ୍ସିଜେନର ଅଭାବ ଜନିତ କାରଣରୁ ଅବା ରୋଗୀଙ୍କୁ ଅକ୍ସିଜେନ ଜରୁରୀ ପରିସ୍ଥିତିରେ ସଂଯୋଗ କରାଇବାରେ ଅବହେଳା ହେଉଛି । ଅକ୍ସିଜନ ମହଜୁଦ ଅଛି ବୋଲି ଗଞ୍ଜାମ ଜିଲ୍ଲାପାଳ ମିଡିଆରେ କହୁଛନ୍ତି ସତ କିନ୍ତୁ ରୋଗୀଙ୍କୁ ସଫଳ ଦିଗରେ ଏହା ଆଶୁ ଚିକିତ୍ସାରେ ଲାଗୁନି । ସମସ୍ତ ପ୍ରକାର ବ୍ୟବସ୍ଥାପିକ ବନ୍ଦୋବସ୍ତ ଉପଯୁକ୍ତ କର୍ମଚାରୀ, ଡାକ୍ତରୀ ସେବାଧାରୀ ଓ ଆବଶ୍ୟକ ପରିମାଣରେ ଡାକ୍ତରଙ୍କ ନିୟୋଜିତ ହେବା ଆବଶ୍ୟକ ବୋଲି ଜନମତ ପ୍ରକାଶ ପାଉଛି । ଯଥେଷ୍ଟ ସଂଖ୍ୟକ ଡ଼ାକ୍ତରୀ ସେବାଧାରୀଙ୍କ ଅଭାବଯୋଗୁଁ ରୋଗୀ ସେବା ଏଠାରେ ଠିକ୍‌ ଭାବେ ମିଳୁନି । ଏଣେ ରୋଗୀଙ୍କ ପ୍ରାଣହାନୀ ଘଟୁଛି ବୋଲି କୁହାଯାଏ । ଏଭଳି ଅନେକ ପ୍ରକାର ତଥ୍ୟ ଭିଡିଓ ଭାଇରାଲ ହେବାରେ ଲାଗିଛି । ସେ ସମସ୍ତ ଅବିକଳ ଚିତ୍ର କେବେଳ ରୋଗୀଙ୍କର ସମ୍ପକୀୟ ମାନେ ହିଁ ଉଠାଇ ଭାଇରଲ କରୁଥିବା ଜଣାଯାଏ । ଏହାର ସତ୍ୟାସତ୍ୟ ଜାଣିବା ପାଇଁ ହେଲେ ଉଚ୍ଚସ୍ତରୀୟ ପ୍ରଶାସନିକ ଡାକ୍ତରୀ ପ୍ରତିନିଧି ଦଳଙ୍କ ଅଚାନକ ଭାବେ ଆସି ଗୋପନୀୟ ଭାବେ ଅନୁସନ୍ଧାନ କରିବା ଆବଶ୍ୟକ ବୋଲି ବିଭନ୍ନ ମହଲରୁ ସ୍ୱର ଉଠିଛି । ଏଭଳି ଭୟାନକ ପରିସ୍ଥିତିରେ ସମୟରେ ଏମ.କେ.ସି.ଜି. ମେଡ଼ିକାଲର ତଦାରଖ କରିବା ପାଇଁ ସାମୟିକ ଭାବେ ରାଜଧାନୀରୁ ବରିଷ୍ଠ ଆଇ.ଏ.ଏସ. ପଦାଧିକାରୀ, ଉଚ୍ଚସ୍ତରୀୟ ସ୍ୱାସ୍ଥ୍ୟଟିମ୍ ପହଞ୍ଚି ତନଖି କରିବା ଆବଶ୍ୟକ ବୋଲି ଜନସାଧାରଣଙ୍କ ତରଫରୁ ଦାବୀ ହୋଇଛି । ଏମ.କେ.ସି.ଜି. ମେଡ଼ିକାଲରେ ଜଟିଳ ସମସ୍ୟା ଓ କୋଭିଡ ପରିଚାଳନା ଜୋନ ସମ୍ପର୍କୀୟ ସତ କଥା ଚିତ୍ର ମାଧ୍ୟମରେ ପଦାକୁ ଆସୁଛି, ଏହା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି ସାଧାରଣରେ କୁହାଯାଏ । ବ୍ରହ୍ମପୁର ଏମକେସିଜି ମେଡିକାଲରେ ବେଡ଼ ଟିଏ ମିଳୁନି । ରୋଗୀଙ୍କୁ ଚଟାଣରେ ବସାଇ ଦେଇ ଅକ୍ସିଜେନ ଲଗାଯାଉଛି । ଦୀର୍ଘ ସାଢ଼େ ଛଅ ଘଣ୍ଟା ଧରି ଚଟାଣରେ ବସେଇ ଦିଆଚାଲିଛି ଅକ୍ସିଜେନ । ଏସମ୍ପର୍କରେ ଖବର ମିଳିଛି ଯେ’ ବ୍ରହ୍ମପୁର ଜଣେ ବାସିନ୍ଦା ଏ. ଶ୍ରୀନୁ ଆଚାରୀଙ୍କ ଦେହ ଅସୁସ୍ଥ ହେବାରୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ଯାଇଥିଲେ । କୋଭିଡ ଟେଷ୍ଟ ପାଇଁ ସ୍ୱାବ ମଧ୍ୟ ଦେଇଥିଲ । ତେବେ ତାଙ୍କୁ ପୁଣି ନିଶ୍ୱାସ ନେବାରେ କଷ୍ଟ ହେଲା । ଶ୍ରୀନୁକୁ ଅକ୍ସିଜେନ ଲାଗିଲା କିନ୍ତୁ ମିଳିପାରିଲା ନାହିଁ ବେଡ଼ । ଏ ସମ୍ପର୍କରେ କାହାକୁ କହିଲେ, ସେଠି କେହି ଶୁଣି ନଥିଲେ । ହସ୍ପିଟାଲ କର୍ମଚାରୀଙ୍କୁ ବାରମ୍ବାର ଅନୁରୋଧ କରିବା ସତ୍ତ୍ୱେ ଅଧିକ ରୋଗୀ ଥିବା ହେତୁ ମିଳିଲା ନାହିଁ ବେଡ଼ । ଫଳରେ ତାଙ୍କୁ ଚଟାଣରେ ବସାଇ ଅକ୍ସିଜେନ ଦିଆଯାଇଥିଲା । ଏହି ସମ୍ପର୍କୀୟ ଚିକିତ୍ସା ହେଉଥିବାର ଅନେକ ଭିଡ଼ିଓ ମଧ୍ୟ ସମ୍ନାକୁ ସୋସିଆଲ ମିଡିଆରେ ପ୍ରସାର ହେଉଛି । ହସ୍ପିଟାଲ ପରିସରରେ ବିଶୁଦ୍ଧ ପାନୀୟଜଳ ମିଳିବା କଷ୍ଟକର ହୋଇଛି । ଅସହାୟ ରୋଗୀଙ୍କୁ ଆମ୍ବୁଲାନ୍ସରୁ ଅବା ରୋଗୀ ଆସିଥିବା ଗାଡିରୁ ଓଲ୍ହାଇ ଆଣିବାକୁ ହେଲେ ସ୍ବେଚ୍ଛାସେବୀ ଟିମ୍ ରହିବା ଆବଶ୍ୟକ । ରୋଗୀଙ୍କୁ ଟ୍ରେସରେ ଶୋଇ ନେବାକୁ ପଡେ, କିନ୍ତୁ ହୁଇଲ ଚେୟାର ବ୍ୟବସ୍ଥାପନାର ବ୍ୟବସ୍ଥା ଏଠି ନାହିଁ । ଯାହା ଆମ୍ଭେ ପୂର୍ବରୁ ଜାଣିନଥିଲୁ, ଏହା ଏକ ଦୁର୍ଭାଗ୍ୟଜନକ ବୋଲି ଛତ୍ରପୁର ବରିଷ୍ଠ ଆଇନଜୀବୀ ଅମରେଶ ମିଶ୍ରଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ବର୍ଷିୟାନ ଆଇନଜୀବୀ ଅମରେଶ ବାବୁଙ୍କ ଦେହ ଅସୁସ୍ଥ ହେବାରୁ ଛତ୍ରପୁରରୁ ବ୍ରହ୍ମପୁର ବଡ଼ ମେଡିକାଲକୁ ନେଇ ଏଭଳି ଅନେକ ଅସୁବିଧାର ସମ୍ମୁଖୀ ହୋଇଥିବା ବିଷୟରେ ଆମ ପ୍ରତିନିଧିଙ୍କୁ ତାଙ୍କ ଜ୍ୟେଷ୍ଠ ପୁତ୍ର ଆଡଭୋକେଟ ରାଜେନ୍ଦ୍ର ଦାସ ଦୃଢ଼ ଅଭିଯୋଗ ପୂର୍ଣ୍ଣ ଭାବେ କହିଛନ୍ତି ।

Leave A Reply

Your email address will not be published.