oom

ମୟୂରଭଞ୍ଜ ଜିଲ୍ଲାରେ ଓରମାସର ଉପଲବ୍ଧି

jsmm

ବାରିପଦା, (ଦେବସ୍ମିତ ଚୌଧୁରୀ) : ମୟୁରଭଞ୍ଜ ଜଶଲ୍ଲାରେ ଓରମାସ ତରଫରୁ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ, ଉତ୍ପାଦକ ଗୋଷ୍ଟି, ଚାଷୀ, କାରିଗର ଏବଂ ଦରିଦ୍ରରେଖା ତଳେ ଥିବା ଛାତ୍ରଛାତ୍ରୀମାନଙ୍କୁ ପ୍ରଦର୍ଶନୀ, ଉତ୍ପାଦକ କମ୍ପାନୀ, କୃଷକ ଉତ୍ପାଦକ ସଂସ୍ଥା ଏବଂ ଡୀ.ଡୀ.ୟୁ.ଜିକେ.ୟାଇ ମାଧ୍ୟମରେ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦେଇଆସୁଛନ୍ତି । ଗତ ୨୦୨୪-୨୫ ବର୍ଷରେ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ , ଉତ୍ପାଦକ ଗୋଷ୍ଟିମାନେ ବ୍ଲକ, ରାଜ୍ୟ ଓ ଜାତୀୟ ସ୍ତରର ପ୍ରଦର୍ଶନୀରେ ଭାଗନେଇ ଭଲ ଲାଭ କରିପାରିଛନ୍ତି । ସେହିପରି ଜିଲ୍ଲାରେ ଗଠିତ ଉତ୍ପାଦକ କମ୍ପାନୀ, କୃଷକ ଉତ୍ପାଦକ ସଂସ୍ଥା ଦ୍ୱାରା ପ୍ରାୟ ୫୦୦୦ରୁ ୬୦୦୦ କୃଷକ ଓ କାରିଗର ଆଜି ବିଭିନ୍ନ କିସମର ଚାଷ ଯଥା ରବର, ସବାଇ ଘାସ ତିଆରି ଜିନିଷ, ଜଙ୍ଗଲ ଜାତ ଦ୍ରବ୍ୟ, ଫଳ, ପନିପରିବା ଇତ୍ୟାଦିରେ ୮ ରୁ ୯ କୋଟିର ବ୍ୟବସାୟ କରି ବ୍ୟବସାୟିକ ଲାଭ କରିବା ସଙ୍ଗେ ନିଜକୁ ସଫଳ ଚାଷୀ ହିସାବରେ ପ୍ରତିଷ୍ଠିତ କରିପାରିଛନ୍ତି । ଏଥିସହିତ ଜିଲ୍ଲାରେ ଥିବା ପ୍ରାୟ ୧୦,୦୦୦ ଗରିବ ଶ୍ରେଣୀ ଓ ପଛୁଆ ବର୍ଗର ଛାତ୍ରଛାତ୍ରୀ ଆଉ ଶିକ୍ଷା ପାଇଁ ନିଜ ଘର ଉପରେ ନିର୍ଭର ନ କରି ଡୀ.ଡୀ.ୟୁ.ଜିକେ.ୟାଇ ଟ୍ରେନିଂ ମାଧ୍ୟମରେ ରାଜ୍ୟ ଏବଂ ରାଜ୍ୟ ବାହାରେ ବିଭିନ୍ନ ରାଷ୍ଟ୍ରାୟତ କମ୍ପାନୀ ଗୁଡିକରେ ଚାକିରୀ କରି ପାଖାପାଖି ୧୦,୦୦୦ ଟଙ୍କାରୁ ୧୫,୦୦୦ ଟଙ୍କା ପର୍ଯ୍ୟନ୍ତ ଆୟ କରି ନିଜେ ଏବଂ ନିଜ ପରିବାରର ପରିସ୍ଥିତି ସ୍ଵଛଳ କରିପାରିଛନ୍ତି ।

jittmm
Leave A Reply

Your email address will not be published.