ଆରଇସି ସରକାରୀ ଉଚ୍ଚ ବିଦ୍ୟାଳୟରେ ନୂତନ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ

ରାଉରକେଲା, (ସସ୍ମିତା ପ୍ରଧାନ) : ଆରଇସି ସରକାରୀ ଉଚ୍ଚ ବିଦ୍ୟାଳୟ କ୍ୟାମ୍ପସ ପ୍ରାଙ୍ଗଣରେ ନୂତନ ଶିକ୍ଷା ବର୍ଷ ୨୦୨୩-୨୪ର ଆରମ୍ଭ ଓ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଧାନ ଶିକ୍ଷୟିତ୍ରୀ ସୁଦିପ୍ତା ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ନୂତନ ପ୍ରବେଶକାରୀ ଛାତ୍ରଛାତ୍ରୀ ତଥା କିଛି ଅଭିଭାବକମାନଙ୍କର ଉପସ୍ଥିତି ଏହି କାର୍ଯ୍ୟକ୍ରମକୁ ଅଧିକ ଆକର୍ଷଣୀୟ କରିପାରିଥିଲା । ପିଲାମାନଙ୍କୁ ନୂତନ ବହି, ପେନସିଲ, ରବର, ବିସ୍କୁଟ, ଚକୋଲେଟ, ବେଲୁନ ଇତ୍ୟାଦି ଦିଆଯାଇଥିଲା । ଗଣଶିକ୍ଷା ବିଭାଗର ଗାଇଡ୍‌ଲାଇନ ଅନୁସାରେ ପିଲାମାନଙ୍କୁ ଗେଟ୍ ସମ୍ମୁଖରୁ ଚନ୍ଦନ, ପୁଷ୍ପଗୁଚ୍ଛ ତଥା ବନ୍ଦାପନା କରାଯାଇଥିଲା । ଧାଡ଼ି ଧାଡ଼ି ହୋଇ ହସଖୁସିରେ ପୁରୁଣା ଛାତ୍ରଛାତ୍ରୀ ତଥା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଗହଣରେ ସ୍ୱାଗତ ପୂର୍ବକ କରତାଳି ଦେଇ ସେମାନଙ୍କୁ ବିଦ୍ୟାଳୟର ହଲ୍ ସ୍ଥିତ ସଭାକୁ ପାଛୋଟି ନିଆଯାଇଥିଲା । ଏଥିରେ ବରିଷ୍ଠ ଶିକ୍ଷକ ସୁଜାତା ତ୍ରିପାଠୀ, ଅଜୟ କୁମାର ରାଉତ, ନିରୁପମା ଦାଶ, ଛବିରାଣୀ ପ୍ରଧାନ, ସରୋଜ କୁମାର ଜେନା, ମିନତୀ ଖମାରୀ, ନମିତା ଦନ୍ତା, ସାଗର ପରିଡା, ଭରତ ସେଠୀ, ସରସ୍ଵତୀ ନାୟକ, ଅନ୍ନପୂର୍ଣ୍ଣା ସାହୁ, ସୀତାରାମ ସାହୁ, ସସ୍ମିତା ପଟ୍ଟନାୟକ, ମମତା ସେନାପତି, ସୁଜାତା ମିଶ୍ର ପ୍ରବୁଖ ଉପସ୍ଥିତ ରହି ସ୍ୱାଗତ କରିଥିଲେ । ସଭାପତି ନୂତନ ଶିକ୍ଷା ବର୍ଷର ଆଭିମୁଖ୍ୟ ଓ ଉଦ୍ଦେଶ୍ୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ୫ଟି ବିଦ୍ୟାଳୟର ଅନେକ ଖେଳ ସାମଗ୍ରୀ ତଥା ବିଦ୍ୟାଳୟର ଏପରି ରଙ୍ଗାରଙ୍ଗ କାର୍ଯ୍ୟକ୍ରମକୁ ଅଭିଭାବକମାନେ ଖୁବ୍ ପସନ୍ଦ କରିଥିଲେ । ଏଥିରେ ବିଜୟ ମହନ୍ତ, ଜତିନ୍ଦ୍ର ଭୋଇ, ସୁରେଖା ନାୟକ, ସାବିତ୍ରୀ ଦେବୀ, ପ୍ରତିମା ଦେବୀ ସହାୟତା ପ୍ରଦାନ କରିଛନ୍ତି । ପରିଶେଷରେ ବରିଷ୍ଠ ଶିକ୍ଷକ ଅଜୟ କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ପରି ଏ ବିଦ୍ୟାଳୟରେ ବିବିଧ ଗୁଣାତ୍ମକ ଶିକ୍ଷା ସହିତ ପିଲାମାନଙ୍କର ସ୍ୱାଗତ ପରି କାର୍ଯ୍ୟକ୍ରମ ବିବିଧ ଅଭିଭାବକ ଓ ବୁଦ୍ଧିଜୀବୀମାନେ ପସନ୍ଦ କରିଥିଲେ ।

Leave A Reply

Your email address will not be published.