
ତୁଷୁରା, (କେପିଏନ୍ଏସ୍) : ଶିକ୍ଷାବର୍ଷ -୨୦୨୪-୨୫ର ମେଟ୍ରିକ୍ ପରୀକ୍ଷାରେ ସରସ୍ୱତୀ ଶିଶୁବିଦ୍ୟା ମନ୍ଦିର ତୁଷୁରାକୁ ଶତ ପ୍ରତିଶତ ପାସହାର ସହ ୨ଜଣ ଏ-୧ ପାଇବାରର ସଫଳତା ମିଳିଛି । ଖର୍ଡା ନିବାସୀ ଉମାକାନ୍ତ ବୁଦ୍ଧିଆଙ୍କ ପୁତ୍ର ତନ୍ମୟ ବୁଦ୍ଧିଆ ସର୍ବାଧିକ ୫୬୦ ମାର୍କ ରଖିଥିବା ବେଳେ କପସିଲା ନିବାସୀ ହିମାଂଶୁ ଶେଖର ବେହେରାଙ୍କ ପୁତ୍ର ଅନୁଜ ବେହେରା ୫୫୦ ମାର୍କ ରଖି ଏ-୧ ପାଇଛନ୍ତି । ଦୁଇଜଣ ପରୀକ୍ଷାର୍ଥୀ ସଫଳତାର ଶ୍ରେୟ ନିଜ ପିତାମାତା ଓ ଗୁରୁଜୀ ଗୁରୁମାଙ୍କୁ ଦେଇଛନ୍ତି ଓ ଆଗାମୀ ଦିନରେ ଡାକ୍ତର ହୋଇ ଜନସାଧାରଣଙ୍କ ସେବା କରିବାକୁ ମନସ୍ଥ କରିଛନ୍ତି । ଗୁଡଭେଲା ବ୍ଲକରୁ କେବଳ ଦୁଇଜଣ ଏ-୧ ପାଇଥିବା ବେଳେ ନିଜ ସଫଳତାରେ ପ୍ରଧାନ ଆଚାର୍ଯ୍ୟ ସୁଶୀଳ କୁମାର ଦାଶ ଖୁସି ପ୍ରକଟ କରିଛନ୍ତି ଓ ସମସ୍ତ ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ତନ୍ମୟ ଓ ଅନୁଜ ପାଇଁ ଶୁଭେଚ୍ଛାର ସୁଅ ଛୁଟିଛି ।