ଅଳିଆ ଆବର୍ଜନାମୟ ତୁଷୁରା ସହରର ମୁଖ୍ୟ ସ୍ଥାନ : ନୀରବ ଦ୍ରଷ୍ଟା ସାଜିଛି ଏନ୍‌ଏସି

ତୁଷୁରା, (ଅଜିତ କୁମାର ସାହୁ) : ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ ହୋଇପଡିଛି ତୁଷୁରା ସହରର ଥାନା ସାମ୍ନା ମିଲନ ଛକ । ନୀରବ ଦ୍ରଷ୍ଟା ସାଜିଛି ତୁଷୁରା ଏନ୍‌ଏସି । ସଂପୃକ୍ତ ସ୍ଥାନରେ ଅଳିଆ ଆବର୍ଜନା ବିଛାଡି ହୋଇ ପଡିରହିଥିବା ବେଳେ ବୁଲା ଗୋରୁଗାଈ ଅଳିଆ ଖାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି । ଏଠାରେ ସୂଚନା ଯୋଗ୍ୟ ଯେ, ସାରା ଭାରତରେ ସ୍ୱଚ୍ଛ ଭାରତ ଅଭିଯାନ ଜାରି ରହିଛି । ନାନା ପ୍ରକାର ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ୱଚ୍ଛତାକୁ ଅଗ୍ରାଧିକାର ଦିଆଯାଇଛି । କିନ୍ତୁ ଏହି ମହାନ ଅଭିଯାନର ବ୍ୟତିକ୍ରମ ଦେଖିବାକୁ ମିଳିଛି ତୁଷୁରା ସରରରେ । ଏହାକୁ ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଥିବା ବେଳେ ତୁଷୁରା ଏନ୍‌ଏସିର କାର୍ଯ୍ୟଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Leave A Reply

Your email address will not be published.