ଜାତୀୟ ସ୍ତରୀୟ ଦିବାରାତ୍ର ଗୋଶାଲା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଇଁ ଖେଳାଳି ନିଲାମ ପ୍ରକ୍ରିୟା ଶେଷ

ବାରିପଦା, (ଦେବସ୍ମିତ ଚୌଧୁରୀ) : ସ୍ଥାନୀୟ ତୁଳସୀଚଉରା ଦୁର୍ଗାପୂଜା ପଡିଆରେ ଫ୍ରେଣ୍ଡସ ୟୁନିୟନ ଓ ଶ୍ରୀ ଦୁର୍ଗା ସ୍ପୋର୍ଟିଂ କ୍ଲବ ଆନୁକୂଲ୍ୟରେ ୨ୟ ବାର୍ଷିକ ଜାତୀୟ ସ୍ତରୀୟ ଦିବାରାତ୍ର ଗୋଶାଳା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଚଳିତ ମାସ ୧୫ ତାରିଖରୁ ମାର୍ଚ୍ଚ ୫ ତାରିଖ ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଅଛି ବୋଲି ଆୟୋଜନ କମିଟିର ସଭାପତି ସୌମ୍ୟ ରଞ୍ଜନ ମିଶ୍ର ଜଣାଇଛନ୍ତି । ୧୦ ଟି ଦଳକୁ ନେଇ ଅନୁଷ୍ଠିତ ହେବାକୁ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଖେଳାଳି ନିଲାମୀ ପ୍ରକ୍ରିୟା ବାଲେଶ୍ୱର ସ୍ଥିତ ନସି ଇଣ୍ଟରନେସନାଲ ହୋଟେଲ ପରିସରରେ ଅନୁଷ୍ଠିତ ହୋଇଯାଇଛି ଓ ପ୍ରତ୍ୟେକ ଦଳରେ ଜଣେ ରାଜ୍ୟ ସ୍ତରୀୟ ଓ ଜଣେ ଜାତୀୟ ସ୍ତରୀୟ ଖେଳାଳି ରହିଛନ୍ତି ବୋଲି ସାଧାରଣ ସମ୍ପାଦକ ଗଦାଧର ନାୟକଙ୍କ ସୂତ୍ରରୁ ପ୍ରକାଶ । ଏହି ନିଲାମୀ ପ୍ରକ୍ରିୟାରେ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ମୋଟ ୧୮୦ ଜଣ ଖେଳାଳି ନାମ ପଞ୍ଜିକରଣ କରିଥିବା ବେଳେ ଟୁର୍ଣ୍ଣାମେଣ୍ଟର ଦାମୀ ଖେଳାଳି ଭାବେ ହୀରକ ସିଂଙ୍କୁ ସର୍ବାଧିକ ୨୯ ହଜାର ୩ ଶହ ଟଙ୍କାରେ ଏଞ୍ଜେଲ ରଣା କ୍ରୟ କରିଥିବା ବେଳେ ଯଶୋବନ୍ତ ମାଝୀଙ୍କୁ ୧୯ ହଜାର ୮ ଶହରେ ରୁଦ୍ରାକ୍ଷ – ୧୧ ଓ ବିକି ମାହାନାଙ୍କୁ ୧୯ ହଜାର ୬ ଶହରେ ଦାନୀ – ୧୧ କ୍ରୟ କରିଛନ୍ତି ବୋଲି ସମ୍ପାଦକ ଲକ୍ଷ୍ମୀନାରାୟଣ ଦାସ ଜଣାଇଛନ୍ତି । ୧୦ ଟି ଟିମର ମାଲିକ ବହୁ ଉତ୍ସାହର ସହ ଖେଳାଳି କ୍ରୟ କରୁଥିବାର ଲକ୍ଷ୍ୟ କରାଯାଇଥିଲା । ଚାମ୍ପିୟନ ଦଳ ପାଇଁ ୨ ଲକ୍ଷ ୫୦ ହଜାର ଓ ରନର୍ସ ଅପ ଦଳ ପାଇଁ ୨ ଲକ୍ଷ ଟଙ୍କା ପୁରସ୍କାର ରାଶି ରହିଛି ବୋଲି ସଭାପତି ଶ୍ରୀ ମିଶ୍ର ଜଣାଇଛନ୍ତି ।

Leave A Reply

Your email address will not be published.