-ଭୁବନେଶ୍ୱର ଓ ରାଉରକେଲା ବିଜୟୀ
ବାରିପଦା, (ଦେବସ୍ମିତ ଚୌଧୁରୀ) : ବାରିପଦା ସ୍ଥାନୀୟ ପ୍ରଫୁଲ୍ଲନଗର ସ୍ଥିତ ଲେଟ କଟ କ୍ଲବ ଆନୁକୂଲ୍ୟରେ ଆୟୋଜିତ ସର୍ବଭାରତୀୟ ଟି – ଟ୍ୱେଣ୍ଟି କ୍ରିକେଟ ଟୁର୍ଣ୍ଣାମେଣ୍ଟର ୨ୟ ଦିନର ୧ମ ମ୍ୟାଚରେ ଟି ସି ସି, ଭୁବନେଶ୍ୱର ୫ ଉଇକେଟରେ ବାରିପଦାର ଡି ଆର କେ ଟିମକୁ ପରାସ୍ତ କରିଥିଲା । ପ୍ରଥମେ ବ୍ୟାଟିଂ କରି ଡି ଆର କେ ୨୦ ଓଭରରେ ୮ ଉଇକେଟ ହରାଇ ୧୫୮ ରନ ସଂଗ୍ରହ କରିଥିଲେ । ଦଳ ପକ୍ଷରୁ ଦିବ୍ୟରଞ୍ଜନ ଦାସ ୪୪, ଅଭିଜ୍ଞାନ ମହାନ୍ତି ୨୮, ଜୟ କୁମାର ୨୨ ଓ ଉପେନ୍ଦ୍ର ନାୟକ ୨୧ ରନ ସଂଗ୍ରହ କରିଥିବା ବେଳେ ବିପକ୍ଷ ଦଳର ସିଦ୍ଧାର୍ଥ ସିଣ୍ଡା ୩ଟି ଓ ରାମଚନ୍ଦ୍ର ବେହେରା ୨ଟି ଉଇକେଟ ଅକ୍ତିଆର କରିଥିଲେ । ଉତ୍ତରରେ ଭୁବନେଶ୍ୱର ୧୭. ୪ ଓଭରରେ ୫ ଉଇକେଟ ହରାଇ ୧୫୯ ରନ କରି ବିଜୟ ହାସଲ କରିଥିଲେ । ଦଳ ପକ୍ଷରୁ ରାମଚନ୍ଦ୍ର ବେହେରା ୬୦, ବିନୟ ପାଇକରାୟ ୩୫ ରନ ସଂଗ୍ରହ କରିଥିବା ବେଳେ ବିପକ୍ଷ ଦଳର ମାନସ ଧଳ ୨ଟି ଉଇକେଟ ଅକ୍ତିଆର କରିଥିଲେ । ରାମଚନ୍ଦ୍ର ବେହେରା ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ମୁଖ୍ୟ ଅତିଥିଭାବେ ଯୋଗଦେଇ ଯୁବ ସମାଜସେବୀ ରାକେଶ ସିଂହ ଓ କ୍ରୀଡା ସଂଗଠକ ତଥା ସିନେ ପ୍ରଯୋଜକ ସଂଜୀବ ଦ୍ୱିବେଦୀ ଏହି ମ୍ୟାଚକୁ ଉଦଘାଟନ କରିବା ସହ ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କମିଟିର ସଭାପତି ଗିରିଶ ଚନ୍ଦ୍ର ଦାସ, କାର୍ଯ୍ୟକାରୀ ସଭାପତି ଲଲାଟେନ୍ଦୁ ବେହେରା, ଉପ ସଭାପତି ଦାମୋଦର କରଣ, ସମ୍ପାଦକ ଦୀପକ କୁମାର ଦାଶ, ବରିଷ୍ଠ ସଦସ୍ୟ ବିଜୟ କୁମାର ରାୟ, ସହସମ୍ପାଦକ ଲକ୍ଷ୍ମୀଧର ନାୟକ ଉପସ୍ଥିତ ଥିଲେ । ୨ୟ ମ୍ୟାଚରେ ରାଉରକେଲା ୪ ଉଇକେଟରେ ଆନ୍ଧ୍ରପ୍ରଦେଶକୁ ପରାସ୍ତ କରିଥିଲା । ପ୍ରଥମେ ବ୍ୟାଟିଂ କରି ଆନ୍ଧ୍ରପ୍ରଦେଶର ରାଜମୁନ୍ଦ୍ରି ୱରିୟାର୍ସ ୧୯ ଓଭରରେ ୭ ଉଇକେଟ ହରାଇ ୧୮୬ ରନ ସଂଗ୍ରହ କରିଥିଲେ । ଦଳ ପକ୍ଷରୁ ସୁନକରା ନିଖିଲ ୪୭, ସୁରେନ୍ଦ୍ର ୩୪, ବେଣ୍ଡାଲାମ ସତଭିକ ୩୧ ଓ ଜି. ଲିକିଥ ୨୪ ରନ ସଂଗ୍ରହ କରିଥିବା ବେଳେ ବିପକ୍ଷ ଦଳର ଗୌତମ ସୁନା ୪ଟି ଓ ସ୍ୱପ ଏସ ଭୂୟାଁ ୨ଟି ଉଇକେଟ ଅକ୍ତିଆର କରିଥିଲେ । ଉତ୍ତରରେ ରାଉରକେଲା ୧୭. ୩ ଓଭରରେ ୬ ଉଇକେଟ ହରାଇ ୧୯୧ ରନ ବିଜୟ ଲକ୍ଷ୍ୟ ହାସଲ କରିଥିଲେ । ଦଳ ପକ୍ଷରୁ ବିଭାସ ସାଓ ୫୧, ଏମ. ପାଣ୍ଡେ ୪୭ ଓ ଅମନ ଯାଦବ ୩୫ ରନ କରିଥିବାବେଳେ ବିପକ୍ଷ ଦଳର ଗିରି ପ୍ରସାଦ ୩ ଟି ଉଇକେଟ ଅକ୍ତିଆର କରିଥିଲେ । ଗୌତମ ସୁନା ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ଅତିଥିଭାବେ ଯୋଗଦେଇ ସମାଜସେବୀକା ଦୀପା ରାଉତରାୟ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ସମରପ୍ରୀତ ପ୍ରଧାନ, ବିଶ୍ୱମ୍ବର ମହାକୁଡ଼ ଓ ଇନ୍ଦ୍ରଜିତ ପ୍ରସାଦ ଖେଳ ପରିଚାଳନା କରିଥିବାବେଳେ ସୌରଜିତ ସାହୁ ସ୍କୋରିଙ୍ଗରେ ସହାୟତା କରିଥିଲେ । ସୁରେଶ ସାଣ୍ଡିଲ, ବୁବୁ ସିଣ୍ଡା ଓ ପଙ୍କଜ ମହାକୁଡ଼ ଧାରାବିବରଣୀ ପ୍ରଦାନ କରିଥିଲେ । ଶୁକ୍ରବାର ଦିନ ୧ମ ମ୍ୟାଚ କୋଲକାତାର ଏଲ ଆର ଏସ ଟିମ ଓ ବିଶାଖାପାଟନମର ଇଷ୍ଟ କୋଷ୍ଟ ରେଲୱେ ମଧ୍ୟରେ ଏବଂ ୨ୟ ମ୍ୟାଚ ସମ୍ବଲପୁରର ଏମ ଏମ ସି ସି ଟିମ ଓ ଖଡ଼କପୁରର ସେର୍ସା ଟିମ ଅନୁଷ୍ଠିତ ହେବ ବୋଲି ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ ଜଣାଇଛନ୍ତି ।