
- ରେଡ କମବାଇନ୍ କଣ୍ଟାବାଞ୍ଜି ବିଜେତା
ବଲାଙ୍ଗିର, (କେପିଏନ୍ଏସ୍) : ଓଡ଼ିଶା କ୍ରିକେଟ ଏସୋସିଏସନ ଓ ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ମିଳିତ ଆନୁକଲ୍ୟରେ ଚାଲିଥିବା ଇନ୍ଟ୍ରା ସ୍କୁଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ ହୋଇଯାଇଛି । ଆଜିର ଫାଇନାଲ ମ୍ୟାଚ୍ଟି ରେଡ଼ କମବାଇନ୍ ଦଳ ଓ ବ୍ଲୁ କମବାଇନ୍ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ରେଡ଼ କମବାଇନ୍ ଦଳ ଟସ୍ ଜିଣି ପ୍ରଥମେ ବ୍ୟାଟିଙ୍ଗ୍ କରି ୮ ୱିକେଟ୍ ବିନିମୟରେ ୧୭୬ ରନ୍ ସଂଗ୍ରହ କରିଥିଲେ । ରେଡ଼ କମବାଇନ୍ ଦଳ ତରଫରୁ ଆରିୟନ ଦୋରା ସର୍ବାଧିକ ୫୦ ରନ୍ ଓ ସିଭିକ୍ ସୁନା ଅପରାଜିତ ୪୯ ରନ୍ ସଂଗ୍ରହ କରିଥିଲେ । ବ୍ଲୁ କମ୍ବାଇନ୍ ତରଫରୁ ସଫଳ ଭାବେ ସିୟାନ୍ ପଣ୍ଡା ଓ ଶାଶ୍ୱତ ଠାକୁର ୨ ଗୋଟି ୱିକେଟ୍ ନେଇଥିଲେ । ୧୭୬ ରନ୍ ବିଜୟ ଲକ୍ଷ୍ୟ ପିଛା କରିବାକୁ ଯାଇ ୨୨.୪ ଓଭର୍ରେ ୭ ୱିକେଟ୍ ବିନିମୟରେ ୮୩ ରନ୍ ସଂଗ୍ରହ କରିଥିଲେ । ଏହି ସମୟରେ ବର୍ଷା ହେବାରୁ ଖେଳକୁ ଡ଼ିଏଲ୍ଏସ୍ ମେଥଡ୍ ପ୍ରୟୋଗ କରାଯାଇଥିଲା । ଫଳରେ ଏହି ମ୍ୟାଚ୍ଟିକୁ କଣ୍ଟାବାଞ୍ଜି ଦଳ ୫୮ ରନ୍ରେ ବିଜୟୀ ହୋଇଥିଲା । ବ୍ଲୁ କମ୍ବାଇନ୍ ତରଫରୁ ପ୍ରଜ୍ଞାନ ମିଶ୍ର ସର୍ବାଧିକ ୩୧ ରନ୍ ସଂଗ୍ରହ କରିଥିଲେ । ରେଡ଼୍ କମବାଇନ୍ ଦଳ ତରଫରୁ ସିଭିକ୍ ସୁନା ଓ ଡ଼ିଲେଶ୍ୱର କଠାର ୨ ଗୋଟି ଲେଖାଁଏ ୱିକେଟ୍ ନେଇଥିଲେ । ଆଜିର ଏହି ଫାଇନାଲ ମ୍ୟାଚ୍କୁ ଓସିଏ ଅମ୍ପାୟାର ପୃଥୀରାଜ ମିଶ୍ର ଓ ରାଜେନ୍ଦ୍ର ସେଠ ପରିଚାଳନା କରିଥିବା ବେଳେ ସ୍ୱାଗତ ଶୁଭଙ୍କର ଓ ଜଗପତି ନାଏକ ସ୍କୋରର ଥିଲେ । ଆଜିର ଏହି ଉଦ୍ଯାପନୀ ଉତ୍ସବରେ ଜିଲ୍ଲା କ୍ରୀଡ଼ା ସଂସଦର କାର୍ଯ୍ୟକାରୀ ସଭାପତି ଡ଼. ଶ୍ରୀକର ମିଶ୍ର, ସାଧାରଣ ସଂପାଦକ ହରିନାରାୟଣ ପୂଝାରୀ, ଉପ-ସଭାପତି କୃଷ୍ଣଚନ୍ଦ୍ର ମିଶ୍ର, ଯୁଗ୍ମସଂପାଦକ ଶତୃଘନ ସିିଂହ, କୋଷାଧ୍ୟକ୍ଷ ହେମନ୍ତ କୁମାର ବେହେରା, କ୍ରିକେଟ ସଂପାଦକ ଓମ୍ପ୍ରକାଶ ଚାନ୍ଦ୍, ଏଥ୍ଲେଟିକ୍ ସଂପାଦକ ବିଭୂତିଭୂଷଣ ପଣ୍ଡା, କାଉନସିଲ ସଭ୍ୟ ସୁଧୀର ଚନ୍ଦ୍ର ପଣ୍ଡା ଓ ବିଜୟ ବଂଶଲ ପ୍ରମୂଖ ଉପସ୍ଥିତ ରହି ବିଜେତା ଓ ଉପ-ବିଜେତା ଦଳକୁ ଟ୍ରଫି ପ୍ରଦାନ କରିବା ସହ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ ଏବଂ କ୍ରିକେଟ ସଂପାଦକ ଓମ୍ପ୍ରକାଶ ଚାନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।