- କୋର ହାଣ୍ଟର୍ସ ଓ ରାଫେଲ ରକେଟ୍ସ ବିଜୟୀ
ବାରିପଦା, (ଦେବସ୍ମିତ ଚୌଧୁରୀ) : ବାରିପଦା ସ୍ଥାନୀୟ ମଧୁବନ ମିନି ଷ୍ଟାଡିୟମରେ ଡିଆରକେ କ୍ଲବ ଆନୁକୂଲ୍ୟରେ ଆୟୋଜିତ ୧ମ ବାର୍ଷିକ ଡିଆରକେ କପ ଦିବାରାତ୍ର ୨୦ – ୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟର ୫ମ ଦିନର ୧ମ ମ୍ୟାଚରେ କୋର ହାଣ୍ଟର୍ସ, ପରି ଚାଲେଞ୍ଜର୍ସକୁ ୮୩ ରନରେ ପରାସ୍ତ କରିଥିଲା । ପ୍ରଥମେ ବ୍ୟାଟିଂ କରି କୋର ହାଣ୍ଟର୍ସ ୧୬ ଓଭରରେ ୭ ଉଇକେଟ ହରାଇ ୧୯୧ ରନ ସଂଗ୍ରହ କରିଥିଲେ ।ଦଳ ପକ୍ଷରୁ କ୍ଷମାସାଗର ବଳ ୭୩, ସୁମନ କର ୬୭ ଓ ଦିବ୍ୟେଶ ମହାନ୍ତି ୨୪ ରନ ସଂଗ୍ରହ କରିଥିବା ବେଳେ ବିପକ୍ଷ ଦଳର ୟାସିନ ଆଲାମ ୪ ଓ ମେରି ଲୋକନାଥ ୨ଟି ଉଇକେଟ ଅକ୍ତିଆର କରିଥିଲେ । ଉତ୍ତରରେ ପରି ଚାଲେଞ୍ଜର୍ସ ୧୬ ଓଭରରେ ୮ ଉଇକେଟ ହରାଇ ୧୦୮ ରନ ସଂଗ୍ରହ କରିପାରିଥିଲେ । ଦଳ ପକ୍ଷରୁ ଶୁଭମ ମହାନ୍ତି ୩୫ ରନ ସଂଗ୍ରହ କରିଥିବା ବେଳେ ବିପକ୍ଷ ଦଳର ଅଭିଷେକ ପରିଡା, କ୍ଷମାସାଗର ବଳ ଓ ମନୋଜ ବାରିକ ୨ଟି ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ । ୨ୟ ମ୍ୟାଚରେ ରାଫେଲ ରକେଟ୍ସ, ଲାଲବଜାର ୱରିୟାର୍ସକୁ ୧୨ ରନରେ ପରାସ୍ତ କରିଥିଲା । ପ୍ରଥମେ ବ୍ୟାଟିଂ କରି ରାଫେଲ ରକେଟ୍ସ ୧୬ ଓଭରରେ ୪ ଉଇକେଟ ହରାଇ ୧୬୧ ରନ କରିଥିଲେ । ଦଳ ପକ୍ଷରୁ ରୁପମ ମହାନ୍ତି ୫୮, ପ୍ରୀତପାଳ ସିଂହ ୩୮, ସୌମ୍ୟ ରଞ୍ଜନ ମହାନ୍ତି ୨୯ ଓ ଅମିତ ପରିଡା ୨୪ ରନ ସଂଗ୍ରହ କରିଥିଲେ । ଉତ୍ତରରେ ଲାଲବଜାର ୱରିୟାର୍ସ ୬୭ ରନ କରିଥିବା ବେଳେ ବିପକ୍ଷ ଦଳର ସିଦ୍ଧାର୍ଥ ସିନ୍ହା, ପ୍ରୀତିଦେବ ଜେନା, ମାନସ ଧଳ ଓ ନିର୍ବିଶଙ୍କର ବାରିକ ୨ଟି ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ । ଅମ୍ପାୟାର ଆଶୁତୋଷ ପାଣି ଓ ଦିଲ୍ଲୀପ ଦାସ ଖେଳ ପରିଚାଳନା କରିଥିବା ବେଳେ ସମ୍ବିତ ମହାରଣା ସ୍କୋରଂରେ ସହାୟତା କରିଥିଲେ । ସୋମନାଥ ସିଂହ ଓ ବୁବୁ ସିନ୍ହା ଧାରାବିବରଣୀ ପ୍ରଦାନ କରିଥିଲେ । ଅତିଥି ଭାବେ ଯୋଗ ଦେଇ ପୂର୍ବତନ କ୍ରିକେଟ ଖେଳାଳି ଅମୀୟ କୁମାର ବଳ, ସନ୍ତୋଷ ଓତା, ପ୍ରଭାସ ଚନ୍ଦ୍ର ଘଡେଇ ଓ ଦେବାଶିଷ ରଣା ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ସମ୍ପାଦକ ନିରୋଜ ସାହୁ, ଆୟୋଜକ ଅମିତାଭ ଦାସ ଓ ସତ୍ୟନାରାୟଣ ଜୀଉ ଉପସ୍ଥିତ ଥିଲେ ।