ommm
jittmm

ଜିଲ୍ଲାସ୍ତରୀୟ ଆନ୍ତଃ ବିଦ୍ୟାଳୟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଶେଷ ଲିଗ ମ୍ୟାଚରେ ଟିମ- ଜି ବିଜୟୀ

  • ୨୯ ତାରିଖ ଫାଇନାରେ ଟିମ- ସି ଓ ଟିମ-ଡି ଦଳ

ବାରିପଦା, (ଦେବସ୍ମିତ ଚୌଧୁରୀ) : ବାରିପଦା ସ୍ଥାନୀୟ ବାରିପଦା ଷ୍ଟାଡିୟମ ପଡିଆରେ ଓଡିଶା କ୍ରିକେଟ ଏସୋସିଏସନ ଆନୁକୂଲ୍ୟରେ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସହଯୋଗରେ ଆୟୋଜିତ ଜିଲ୍ଲାସ୍ତରୀୟ ଆନ୍ତଃ ବିଦ୍ୟାଳୟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଦ୍ୱାଦଶ ଦିନର ଖେଳରେ ମୟୁରଭଞ୍ଜ କମ୍ବାଇଣ୍ଡ ସ୍କୁଲ ଟିମ – ଜି, ଟିମ – ଡି କୁ ୧୪ ରନରେ ପରାସ୍ତ କରିଥିଲା । ପ୍ରଥମେ ବ୍ୟାଟିଂ କରି ମୟୁରଭଞ୍ଜ କମ୍ବାଇଣ୍ଡ ସ୍କୁଲ ଟିମ – ଜି ୨୦ ଓଭରରେ ୫ ଉଇକେଟ ହରାଇ ୧୧୦ ରନ ସଂଗ୍ରହ କରିଥିଲେ । ଦଳ ପକ୍ଷରୁ ଜୟଦେବ ବେହେରା ୪୫ ଓ ଶୁଭମ ମହାନ୍ତି ୨୨ ରନ କରିଥିବା ବେଳେ ବିପକ୍ଷ ଦଳର ରିତେଶ ରଞ୍ଜନ ରାଉତ ୨ଟି ଉଇକେଟ ଅକ୍ତିଆର କରିଥିଲେ । ଉତ୍ତରରେ ଟିମ – ଡି ୨୦ ଓଭରରେ ୯ଟି ଉଇକେଟ ହରାଇ ୯୬ ରନ କରିପାରିଥିଲେ । ଦଳ ପକ୍ଷରୁ ନିର୍ମାଲ୍ୟ ନନ୍ଦ ୨୦ ରନ କରିଥିବା ବେଳେ ବିପକ୍ଷ ଦଳର ଜୟଦେବ ବେହେରା ୪ଟି ଉଇକେଟ ଅକ୍ତିଆର କରି ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ଦିଲ୍ଲୀପ ଦାସ ଓ ସୁଶାନ୍ତ ମହାନ୍ତି ଖେଳ ପରିଚାଳନା କରିଥିବା ବେଳେ ସମ୍ବିତ ମହାରଣା ସ୍କୋରିଂରେ ସହାୟତା ପ୍ରଦାନ କରିଥିଲେ । ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ, ସହ ସମ୍ପାଦକ ବୈଦ୍ୟନାଥ ରଥ ଓ ଅଶୋକ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ଯୁବ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଆସନ୍ତା କାଲି ୨୯ ତାରିଖ ମୟୁରଭଞ୍ଜ କମ୍ବାଇଣ୍ଡ ସ୍କୁଲ ଟିମ – ସି ଓ ଟିମ – ଡି ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ।

Leave A Reply

Your email address will not be published.