ବଲାଙ୍ଗିର, (କେପିଏନ୍ଏସ୍) : ଆଗଲପୁର ବ୍ଲକ୍ ଅନ୍ତର୍ଗତ କୁଟାସିଂହା ହାଇସ୍କୁଲ ପଡିଆଠାରେ ତୃତୀୟ ବର୍ଷ ଉପଲକ୍ଷେ ଫୁଟ୍ବଲ୍ ଟର୍ଣ୍ଣାମେଣ୍ଟ ଉଦ୍ଯାପିତ ହୋଇଯାଇଛି । ଏହି ଅବସରରେ ବିଜେଡିର ଯୁବନେତା ନିହାର ରଞ୍ଜନ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ କୁଟାସିଂହା ଖେଳପଡିଆ ପାଇଁ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ୪ ଲକ୍ଷ ଟଙ୍କାର ଯୋଜନା ରଖାଯାଇଛି ବୋଲି ଜଣାଇବା ସହ କ୍ରୀଡା କ୍ଷେତ୍ରରେ ଗ୍ରାମାଞ୍ଚଳର ବିକାଶ କରାଯାଉଥିବା କହି ଫୁଟ୍ବଲ୍ ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ । ସହିଦ ସୁମନ୍ତ ପଧାନ ଅମର ରହେ ବୋଲି ସ୍ଲୋଗାନ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ପୂର୍ବତନ ସରପଞ୍ଚ ଗୋବର୍ଦ୍ଧନ ପଧାନ, ସମାଜସେବୀ କଲ୍ୟାଣୀ ମିଶ୍ର, ଗଣେଶ ପାଣ୍ଡେ, ପ୍ରଶାନ୍ତ ପଧାନ, ସଦାନନ୍ଦ ପଧାନ ଉପସ୍ଥିତ ଥିଲେ । ଫାଇନାଲ ପର୍ଯ୍ୟାୟରେ ବିଲାଇସର୍ଡା ଓ ଶରଧାପାଲି ମଧ୍ୟରେ ମ୍ୟାଚ୍ ହୋଇଥିଲା ଓ ପରିଶେଷରେ ବିଲାଇସର୍ଡ଼ା ବିଜୟୀ ହୋଇଥିଲେ । ମ୍ୟାଚ୍ ପରିଚାଳନା କରୁଣା ପଧାନ, ଜିତୁ ପାତ୍ର, ଜଗ ପଧାନ କରିଥିଲେ ।
Next Post