କଟାବାହାଲରେ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ କଟାବାହାଲ ଗ୍ରାମରେ ପ୍ରଥମ ଥର ପାଇଁ ଭଲିବଲ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଯାଇଛି । ଏଥିରେ କଟାବାହାଲ (କ), ମୁଣ୍ଡାପାଲି, ଲରମ୍ଭା, ସହାଜବାହାଲ, ଘନାମାଲ, ଆଗଲପୁର, କଟାବାହାଲ (ଖ) ମୋଟ ୭ ଗୋଟି ଦଳ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିବା ବେଳେ ଆଗଲପୁର ଓ ଘନାମାଲ ଦଳ ଫାଇନାଲକୁ ଯାଇଥିଲେ । ଆଗଲପୁର ଦଳ ୨୪ଟି ଗୋଲ କରି ଚମ୍ପିୟାନ ହେବା ସହ ଟ୍ରଫି ହାସଲ କରିଥିଲେ । ଘନାମାଲ ଦଳ ୧୪ଟି ଗୋଲ କରି ରନର୍ସ ଅପ ହେବା ସହ ଟ୍ରଫି ପାଇଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ସମାଜସେବୀ ସୁଶାନ୍ତ ପଣ୍ଡା ସମ୍ମାନିତ ଅତିଥି ଗୌନ୍ତିଆ ମାନଭଞ୍ଜନ ବରିହା, ପର୍ଶୁରାମ ବଢେଇ, ପ୍ରଫୁଲ୍ଲ ପଣ୍ଡା, କ୍ରୀଡା ଶିକ୍ଷକ ରବୀନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ମ୍ୟାଚ ରେଫ୍ରୀ କଳ୍ପତରୁ କର୍ଣ୍ଣାଲ ଓ ଦିବାକର ସାହୁ ଖେଳ ପରିଚାଳନା କରିଥଲେ । ତେବେ ପ୍ରଥମ ଥର ପାଇଁ କଟାବାହାଲ ଗ୍ରାମରେ ଭଲିବଲ ଟୁର୍ଣ୍ଣାମେଣ୍ଟର ଆୟୋଜନ ହୋଇଥିବାରୁ ଅତିଥିମାନେ ଏବଂ ଦର୍ଶକମାନେ ଆୟୋଜକମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.