ଛତ୍ରପୁର ଷ୍ଟାଡିୟମରେ ଆନ୍ତଃଜିଲ୍ଲା ଭଲିବଲ ଟୁର୍ଣ୍ଣାମେଣ୍ଟ

  • ଦ୍ୱିତୀୟ ଦିବସରେ ଗଜପତି-୬ ସହ ଭୁବନେଶ୍ୱର-୬ ମଧ୍ୟରେ ଲଢ଼େଇ
  • ପ୍ରଥମ ଦିବସର ଖେଳରେ ପାଣିଗଣ୍ଡା ଦଳକୁ ହରାଇ ମାଣ୍ଡିଆପଲ୍ଲୀ ଦଳ ବିଜୟୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ଷ୍ଟାଡିୟମରେ ସନରାଇଜ ସ୍ପୋର୍ଟସ୍ କ୍ଲବ ପକ୍ଷରୁ ଆନ୍ତଃଜିଲ୍ଲା ଭଲିବଲ ଟୁର୍ଣ୍ଣାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟକୁ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୂରୀ ଯୋଗଦେଇ ରିବନ କାଟି ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ସମ୍ମାନିତ ଅତିଥି ଭାବେ ଛତ୍ରପୁର ପ୍ରେସ୍ କ୍ଲବର ସଭାପତି ପ୍ରଶାନ୍ତ କୁମାର ମହାରଣା, କ୍ରୀଡାବିତ୍ ପୂର୍ଣ୍ଣ ଚନ୍ଦ୍ର ବେହେରା, ସି.ଏଚ. ଜନାର୍ଦ୍ଦନ ରେଡ୍ଡୀ, ସନରାଇଜ ସ୍ପୋର୍ଟସ୍‌ କ୍ଲବର ସଭାପତି ଏଲ. ଶ୍ରୀନିବାସ ରାଓ, ସମ୍ପାଦକ ରଜନୀକାନ୍ତ ପଟ୍ଟନାୟକ, କୋଷାଧ୍ୟକ୍ଷ ଲକ୍ଷ୍ମୀନାରାୟଣ ପାତ୍ର, ଏନ. ନରେଶ କୁମାର ପାତ୍ର, ବି.କୃଷ୍ଣମୂର୍ତ୍ତି, ଶ୍ରୀନୀବାସ ପଟ୍ଟନାୟକ, ସମୀର ପଟ୍ଟନାୟକଙ୍କ ସମେତ କ୍ଲବର ସମସ୍ତ ସଦସ୍ୟମାନେ ଯୋଗ ଦେଇଥିଲେ । ଉଦ୍‌ଘାଟନୀ ଦିବସରେ ମାଣ୍ଡିଆପଲ୍ଲୀ ଦଳ ସହ ପାଣିଗଣ୍ଡା(ଗଜପତି) ଦଳ ମଧ୍ୟରେ ମୁକାବିଲା ହୋଇଥିଲା । ଏଥିରେ ମାଣ୍ଡିଆପଲ୍ଲୀ ଦଳ ବିଜୟୀ ହାସଲ କରିଥିଲେ । ରେଫରି ଭାବେ ଏନ. ନରେଶ କୁମାର ଦୋରା ପରିଚାଳନା କରିଥିବା ବେଳେ ସ୍କୋର ଭାବେ କୃଷ୍ଣ ଓ ସାଙ୍କୁ ଏବଂ ଲାଇନମ୍ୟାନ ଭାବେ ରାଜେଶ ଓ ସୁଧା ଦାୟିତ୍ୱ ତୁଲାଇଥିଲେ । ସେହିପରି ଭାଷ୍ୟକାର ଭାବେ ଜି. ଜୟରାମ ରେଡ୍ଡୀ ସୁନ୍ଦର ଭାବେ ଉପସ୍ଥାପନ କରିଥିଲେ । ସମସ୍ତ କାର୍ୟ୍ୟକ୍ରମକୁ ସନରାଇଜ ସ୍ପୋର୍ଟସ୍ କ୍ଲବର ସଦସ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ । ଆସନ୍ତା ୨୯ ତାରିଖ ଦିନ ଏହି ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହେବ । ଏଥିରେ ଜିଲ୍ଲା ଓ ଜିଲ୍ଲା ବାହାରର ୮ଟି ଦଳ ଅଂଶଗ୍ରହଣ କରିଛନ୍ତି । ଦ୍ୱତୀୟ ଦିବସ ତଥା ସୋମବାର ଗଜପତି ଦଳ ସହ ଭୁବନେଶ୍ୱର ଦଳ ମଧ୍ୟରେ ସୋମବାର ଘମାଘୋଟ ଲଢ଼େଇ ହୋଇଛି । ଉଦ୍‌ଘାଟନୀ ଦିବସ ମ୍ୟାଚ୍‌ରେ ପାଣିଗଣ୍ଡା ଦଳକୁ ହରାଇ ମାଣ୍ଡିଆପଲ୍ଲୀ ଦଳ ବିଜୟୀ ହୋଇଛି । ମାଣ୍ଡିଆପଲ୍ଲୀ ଦଳର ଟିଙ୍ଗିରିଙ୍କୁ ମ୍ୟାନ୍‌ ଅଫ ଦି ମ୍ୟାଚ୍‌ ଭାବେ ପୁରସ୍କାର ପ୍ରଦାନ କରାଯାଇଥିଲା । ଆଜି ଦ୍ୱିତୀୟ ଦିବସରେ ତଥା ସୋମବାର ଦିନ ମଧ୍ୟାହ୍ନ ଠାରୁ ଆରମ୍ଭ ହୋଇଥିବା ଖେଳରେ ଗଜପତି ଦଳ ସହ ଭୁବନେଶ୍ୱର ଦଳ ମଧ୍ୟରେ ଘମାଘୋଟ ଲଢ଼େଇ ହୋଇଛି ।

Leave A Reply

Your email address will not be published.

error: Content is protected !!