oom

ଅକ୍ଷୟ ଯୋଶୀ ସ୍ମାରକୀ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

jsmm

କୋକସରା : କଳାହଣ୍ଡି ଜିଲ୍ଲା କୋକସରା ବ୍ଲକ ମାଝୀଗୁଡା ପଞ୍ଚାୟତ ଦାବ୍ରିଗୁଡା ଲାଲ ବାହାଦୁର ଶାସ୍ତ୍ରୀ ଯୁବକ ସଂଘ ଆନୁକୂଲ୍ୟରେ ନକ ଆଉଟ ଅକ୍ଷୟ କୁମାର ଯୋଶୀ ସ୍ମାରକୀ ଫୁଟବଳ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଯୁବକ ସଂଘର ସଭାପତି ଦ୍ଵାରିକା ନାଥ ବାଗଙ୍କ ସଭାପତିତ୍ୱରେ ଉଦ୍‌ଯାପିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଧାୟକ ଧର୍ମଗଡ ମୋୖଷଧି ବାଗ, ମୁଖ୍ୟବକ୍ତା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ସମ୍ମାନିତ ଅତିଥି ଭାବେ ଦୁର୍ଗା ପ୍ରସାଦ ନାଏକ, ସଞ୍ଜୟ ସିଙ୍ଘଲ, ପ୍ରମୋଦ କିଶୋର ଦାସ, ନିଳାମ୍ବର ମାଝୀ, ପଞ୍ଚକ ପୋଢ଼ ଗୋକୁଳ ଚନ୍ଦ୍ର ଖମାରି, ଧର୍ମେନ୍ଦ୍ର ପୋଢ଼, ଜୟପାଳ ନାଏକ, ଦିଲୀପ କୁମାର ଯୋଶୀ ଉପସ୍ଥିତ ଥିଲେ । ଫାଇନାଲ ମ୍ୟାଚ ବଗାଡ଼ ଓ ଝାର କୁଣ୍ଡାମାଲ ଦଳ ମଧ୍ୟରେ ହୋଇଥିଲା । ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ କେହି କାହାକୁ ଗୋଲ କରିବା ରେ ଅସଫଳ ହେବାରୁ ପରେ ପେନାଲଟିକ ସୁଟ ଆଉଟରେ ୨/୦ ଗୋଲରେ ଝାର କୁଣ୍ଡାମାଲ ଦଳ ମ୍ୟାଚ ଚାମ୍ପିୟାନ ହୋଇଥିଲେ । ବିଜୟୀ ଓ ରନର୍ସ ଅପ ଦଳକୁ ଅତିଥିମାନେ ଟ୍ରଫି ସହ ପୁରସ୍କୃତ କରିଥିଲେ । ଫାଇନାଲ ଖେଳକୁ ଖେଳ ଶିକ୍ଷକ ଶଙ୍କର ପୋଢ଼, ଚିତ୍ତରଞ୍ଜନ ଠାକୁର, ଭୁଜବଲ ନାଏକ ପରିଚଳନା କରିଥିଲେ । ଖେଳର ଧାରା ବିବରଣୀ ବିକ୍ରମ କେତକି ପରିଚାଳନା କରିଥିଲେ । ଲାଲ ବାହାଦୁର ଯୁବକ ସଂଘ ସମ୍ପାଦକ ଡମ୍ବରୁ ଦୁର୍ଗା, କରୁଣା ଦୁର୍ଗା, ଭକ୍ତ ନାଏକ ପ୍ରମୁଖ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.