ମୋହନଗିରି ଠାରେ ୧୮ତମ ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ

  • ତୃତୀୟ ଦିନରେ ବଲାଙ୍ଗିର ଦଳ ୬୯ ରନ୍‌ରେ ବିଜୟୀ

କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ମୋହନଗିରି ଠାରେ ଧବଳେଶ୍ୱର କ୍ରୀଡା ଓ ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ଆରମ୍ଭ ହୋଇଥିବା ୧୮ତମ ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ମଙ୍ଗଳବାର ତୃତୀୟ ଦିନ ବଲାଙ୍ଗିର ଓ ବରଗଡ଼ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଟିମ୍‌ ନିର୍ଦ୍ଧାରିତ ୧୬ ଓଭର୍‌ରେ ୫ ୱିକେଟ ବିନିମୟରେ ୨୩୧ ରନ୍‌ କରିଥିବା ବେଳେ ବରଗଡ଼ ଟିମ୍‌ ୧୫.୪ ବଲରେ ସମସ୍ତ ୱିକେଟ ହରାଇ ୧୬୩ ରନ୍‌ କରିଥିଲେ । ବଲାଙ୍ଗିର ଟିମ୍‌ ୬୯ ରନ୍‌ରେ ବିଜୟ ଲାଭ କରିଥିଲେ । ମୁକେଶ ପଧାନ ୧୩୦ ରନ୍‌ କରି ମ୍ୟାନ୍‌ ଅପ ଦି ମ୍ୟାଚ୍‌ର ହକଦାର ହୋଇଥିଲେ । ଆଜିର ମ୍ୟାଚ୍‌ରେ ବନପାଳ ଶୁଭେନ୍ଦୁ ବିଶି ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିବା ବେଳେ ସୁଦାମ ସେଠ ଓ ସତ୍ୟନାରାୟଣ ମହାପାତ୍ର ଖେଳ ପରିଚାଳନା କରିଥିବା ବେଳେ ସୁନୀଲ କୁମାର ଭୋଇ, ଟୁକୁ ମହାନନ୍ଦ ଓ ଦୈତାରି ମାଝୀ ସ୍କୋର ବୋର୍ଡ ର୍ଦାିତ୍ୱ ତୁଲାଇ ଥିଲେ । ଧାରା ବିବରଣୀ ପ୍ରଦାନ କରିଥିଲେ ସପନେଶ୍ୱର କର୍ମୀ । ଅନୁଷ୍ଠାନ ସଭାପତି ସୁକଦେବ ସାହୁ, ସମ୍ପାଦକ ଲକ୍ଷ୍ମୀ କାନ୍ତ ବେହେରା ସମେତ ସନ୍ତୋଷ ପାତ୍ର, ବାପି ସା, କୈଳାଶ ଧରୁଆ, ଚନ୍ଦ୍ରକାନ୍ତ ମାଝୀ, ମକୁନ୍ଦ କୁମାର, ରିଚେସ ପାତ୍ର, ଆଶିଷ ମାଝୀ, ଶ୍ରୀମନ୍ତ ଧରୁଆ, ତିଲୁ ମହାନନ୍ଦ, ଉତେଶ ଧରୁଆ ଓ କୁଞ୍ଜ ବିହାରୀ ପ୍ରଧାନୀ ଓ ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

Leave A Reply

Your email address will not be published.

error: Content is protected !!