ବାରିପଦା, (ଦେବସ୍ମିତ ଚୌଧୁରୀ) : ସ୍ଥାନୀୟ ବାରିପଦା ଷ୍ଟାଡିୟମ ପଡିଆରେ ଓଡିଶା କ୍ରିକେଟ ଏସୋସିଏସନ ଓ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ମିଳିତ ଆନୁକୂଲ୍ୟରେ ମୟୁରଭଞ୍ଜ ଜିଲ୍ଲାସ୍ତରୀୟ ସିନିୟର ପୁରୁଷ ଆନ୍ତଃ କ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟର ୧୦ମ ମ୍ୟାଚରେ ରାଇରଙ୍ଗପୁର କ୍ଲବ ମୟୁରଭଞ୍ଜ ଗ୍ରୀନକୁ ୧୦୨ ରେ ପରାସ୍ତ କରିଥିଲା । ପ୍ରଥମେ ବ୍ୟାଟିଂ କରି ରାଇରଙ୍ଗପୁର ୩୦ ଓଭରରେ ସମସ୍ତ ୱିକେଟ ହରାଇ ୧୫୮ ରନ ସଂଗ୍ରହ କରିଥିଲେ । ଦଳ ପକ୍ଷରୁ ଜୟ କୁମାର ୫୪ ଓ ଶୁଭମ ସାହୁ ୪୭ ରନ କରିଥିଵା ବେଳେ ବିପକ୍ଷ ଦଳର ବିବେକ ମହାନ୍ତି ୬ ଟି ୱିକେଟ ଅକ୍ତିଆର କରିଥିଲେ । ଉତ୍ତରରେ ମୟୁରଭଞ୍ଜ ଗ୍ରୀନ ୧୩. ୨ ଓଭରରେ ସମସ୍ତ ୱିକେଟ ହରାଇ ମାତ୍ର ୫୬ ରନ ସଂଗ୍ରହ କରିପାରିଥିଲେ । ଦଳ ପକ୍ଷରୁ ସୁମନ ମାହାନା ୨୨ ରନ କରିଥିବା ବେଳେ ବିପକ୍ଷ ଦଳର ମାନସ ରଞ୍ଜନ ପଟ୍ଟନାୟକ ୫ ଟି ୱିକେଟ ଅକ୍ତିଆର କରି ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ଅମିତାଭ ପଟ୍ଟନାୟକ ଓ ଦିଲ୍ଲୀପ କୁମାର ଦାସ ଖେଳ ପରିଚାଳନା କରିଥିବା ବେଳେ ସମ୍ବିତ କୁମାର ମହାରଣା ସ୍କୋରିଂରେ ସହାୟତା ପ୍ରଦାନ କରିଥିଲେ । ପୂର୍ବତନ ବରିଷ୍ଠ କ୍ରିକେଟ ଖେଳାଳି ପ୍ରଭାସ ଚନ୍ଦ୍ର ଘଡେଇ ଅତିଥି ଭାବେ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ।