
- ଡାକୁଲୁଗୁଡା ଚମ୍ପିଆନ
ମୁନିଗୁଡ଼ା, (ରମାକାନ୍ତ ପଡ଼ାଲ୍) : ରାୟଗଡା ଜିଲ୍ଲା ମୁନିଗୁଡା ସଦର ମହକୁମା ଟିକରପଡା ଆମ୍ଵେଦକର କ୍ଲବ ପକ୍ଷରୁ ମାର୍ଚ୍ଚ ୩ ତାରିଖରୁ ଆରମ୍ଭ ହୋଇଥିବା ଆମ୍ଵେଦକର କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆଜି ସମାପନ ହୋଇଯାଇଛି । ମୁନିଗୁଡ଼ା ଡ଼ଃ. ଆମ୍ବେଦକର କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଆଜି ଡାକୁଲୁଗୁଡା ଟିମ୍ ଚାମ୍ପିଅନ ହୋଇଥିବା ବେଳେ ପାତ୍ରଗୁଡା ଟିମ୍ ରନ୍ର ହୋଇଛନ୍ତି । ଏହି ଟୁର୍ଣ୍ଣାମେଣ୍ଟରେ ବିଭିନ୍ନ କ୍ରିକେଟ ସଙ୍ଗଠନ ତରଫରୁ ମୋଟ ୩୨ଟି ଟିମ୍ ତାଙ୍କର ଖେଳ ପ୍ରଦର୍ଶନ କରିଥିଲେ । ଆଜି ଫାଇନାଲରେ ଡାକୁଲୁଗୁଡା ଓ ପାତ୍ରଗୁଡା ମଧ୍ୟରେ ଏକ ସଂଘର୍ଷପୂର୍ଣ୍ଣ ଚିତ୍ତ୍ତାକର୍ଷକ ଖେଳ ହୋଇଥିଲା । ଟସ୍ ଜିଣିବା ପରେ ପାତ୍ରଗୁଡା ପ୍ରଥମ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇ ୧୨ ଓଭରରେ ୮ ଉଇକେଟ ହରାଇ ମୋଟ ୮୭ ରନ୍ କରି ଟାର୍ଗେଟ ଦେଇଥିଲେ । ତାଙ୍କ ପ୍ରତିଦ୍ଵନ୍ଦି ଡାକୁଲୁଗୁଡା ୧୦ ଓଭରରେ ୪ ଉଇକେଟ୍ ହରାଇ ୮୮ ରନ୍ ସଂଗ୍ରହ କରି ଚାମ୍ପିୟନ ହୋଇ ଜିତ୍ ହାସଲ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପରିଷଦ ସଭ୍ୟା ମାଧବୀ କନ୍ଧ ପାଣି, ମୁଖ୍ୟବକ୍ତା ନାୟେରା ପେଟ୍ରୋଲ ପମ୍ପର ମାଲିକ ଅଜୟ କୁମାର ନାଗ ଯୋଗ ଦେଇ ଚମ୍ପିଆନ ହୋଇଥିବା ଡାକୁଲୁଗୁଡା ଟିମକୁ ୫୦ ହଜାର ଟଙ୍କା ଆର୍ଥିକ ରାଶି ପ୍ରଦାନ କରିବା ସହ ରନର ହୋଇଥିବା ପାତ୍ରଗୁଡା ଟିମକୁ ୩୦ ହଜାର ଟଙ୍କା ଆର୍ଥିକ ରାଶି ପ୍ରଦାନ କରିଥିଲେ ।