ଲୋଇସିଂହା, (କେପିଏନ୍ଏସ୍) : ପଡୋଶୀ ଗାଇସିଲେଟ ବ୍ଲକ ଜାମୁଟବାହାଲ ଗ୍ରାମର ପୂର୍ଣ୍ଣନନ୍ଦ ଠାକୁରଙ୍କ ଆବାହକତ୍ୱରେ ପଦ୍ମପୁର ଉପଖଣ୍ଡସ୍ତରୀୟ ରାଜପୁତ ସମାଜର ଏକ ବୈଠକ ନୃସିଂହନାଥରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆବାହକ ଶ୍ରୀ ଠାକୁର ସଭାପତିତ୍ୱ କରିଥିଲେ । ରାଜପୁତ ସମାଜର ସାମୁହିକ ଉନ୍ନତି ଦିଗରେ ମୁଖ୍ୟତଃ ଆଲୋଚନା ହୋଇଥିଲା । ସମାଜରେ ବହୁ ପ୍ରତିଭା ଧାରୀ ରହିଛନ୍ତି, କିନ୍ତୁ ବିଭିନ୍ନ ସମୟରେ ଆର୍ଥିକ ଅଭାବ ଯୋଗୁଁ ପଛରେ ପଡ଼ୁଥିବା ଗରିବ ପିଲାଙ୍କୁ କିପରି ସହାୟତାର ହାତ ବଢ଼ାଇ ବିକାଶ କରାଯାଇ ପାରିବ ସେ ଉପରେ ଶ୍ରୀ ଠାକୁର ମତ ପ୍ରକାଶ କରିଥିଲେ । ଫଳରେ ଉପସ୍ଥିତ ସମାଜର ସମସ୍ତ ଭାଇଙ୍କ ନିଷ୍ପତ୍ତି କ୍ରମେ ରାଜପୁତ ସମାଜ ଚେରି ଟେବୁଲ ଟ୍ରଷ୍ଟ ଗଠନ ହୋଇଛି । ଏଥିରେ ସଭାପତି ଭାବେ ପୂର୍ଣ୍ଣାନନ୍ଦ ଠାକୁର ମନୋନୀତ ହୋଇଥିବା ବେଳେ କୃଷ୍ଣଚନ୍ଦ୍ର ଠାକୁର ଉପସଭାପତି, ପ୍ରଫୁଲ୍ଲ କୁମାର ସିଂହ ସମ୍ପାଦକ, ଅଶୋକ ସିଂହ ସହ ସମ୍ପାଦକ, ପ୍ରମୋଦ ସିଂହ କୋଷାଧ୍ୟକ୍ଷ ଭାବେ ରହିଛନ୍ତି । ସେହିପରି କାର୍ଯ୍ୟକାରୀ ସଭ୍ୟ ଭାବେ ରୋହିତ କୁମାର୍ ସିଂହ, ଉପେନ୍ଦ୍ର ଠାକୁର, ତେଜରାଜ ସିଂହ, ଶ୍ୟାମ ସୁନ୍ଦର ଠାକୁର, ପ୍ରେମାନନ୍ଦ ଠାକୁର ଓ ସରୋଜ କୁମାର ଠାକୁର ରହିଛନ୍ତି । ଶେଷରେ ସମ୍ପାଦକ ପ୍ରଫୁଲ୍ଲ କୁମାର ସିଂହ ଧନ୍ୟବାଦ୍ ଅର୍ପଣ କରିଥିଲେ ।