ଟ୍ରକ୍ ପିଟିଲା ଭୋଟ ବାକ୍ସ ଜିମା ଦେଇ ଫେରୁଥିବା ପୋଲିଂ ଗାଡ଼ିକୁ

ରେଙ୍ଗାଲି : ଅତାବିରା ଆର୍‌ଏମ୍‌ସି ନିକଟରେ ପୋଲିଂ ଗାଡ଼ି ଦୁର୍ଘଟଣାଗ୍ରସ୍‌ସ୍ତ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଲରମ୍ଭାରୁ ପୋଲିଂ ଦଳ ମତଦାନ ଶେଷ ହେବା ପରେ ଅତାବିରା ଷ୍ଟ୍ରଙ୍ଗରୁମରେ ଭୋଟ ବାକ୍ସ ଜିମାଦେଇ ଟ୍ରେକର୍ ନଂ. (ଓଆର୍‌ଆର୍ ୩୬୪୨)ରେ ଫେରୁଥିବା ସମୟରେ ଅତାବିରା ୫୩ ନଂ. ଜାତୀୟ ରାଜପଥରେ ଏକ ଟ୍ରକ ଧକ୍କା ଦେଇଥିବା ଜଣାପଡ଼ିଛି । ତେବେ ଟ୍ରେକରରେ ଥିବା ଡ୍ରାଇଭର ସମେତ ୪ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକ୍‌କୁ ଜବତ କରିବା ସହିତ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.