
ସାନଖେମୁଣ୍ଡି : ପେପର ବୋଝେଇ ଟ୍ରକ ଦୁର୍ଘଟଣାର ଶିକାର ହୋଇଛି ବୋଲି ଖବର ମିଳିଛି । ସୂଚନା ଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ପାଟପୁର ଥାନା ତପ୍ତପାଣି ଘାଟିରେ ଭାରସାମ୍ୟ ହରାଇ ଏକ ପେପର ବୋଝେଇ ଟ୍ରକ ଓଲଟିପଡିଲା । ଫଳରେ ଘଟଣାସ୍ଥଳରେ ଡ୍ରାଇଭର ଓ ହେଲପର ଆହତ ହୋଇଛନ୍ତି । ଟ୍ରକଟି ଗଜପତିରୁ ବ୍ରହ୍ମପୁର ଅଭିମୁଖେ ଯାଉଥଲା । ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।