ଟ୍ରକ୍‌ ଚକା ତଳେ ପଡି ୨ ମୃତ

ରାଇଘର : ଶ୍ୱଶୁର, ଜ୍ୱାଇଁଙ୍କ ଉପରେ ଚଢ଼ିଗଲା ଟ୍ରକ୍‌ । ଏକ ସଡ଼କ ଦୁର୍ଘଟଣାରେ ଶ୍ୱଶୁର, ଜ୍ୱାଇଁଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁସାରେ ନବରଙ୍ଗପୁର ଜିଲ୍ଲା ରାଇଘର ସଦର ମହକୁମାର ଡିଏନ୍‌କେ ଛକ ପୋଷ୍ଟ ଅଫିସ ସମ୍ମୁଖରେ ଆଜି ଏକ ସଡ଼କ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଶ୍ୱଶୁର, ଜ୍ୱାଇଁଙ୍କ ମୃତ୍ୟୁ ଘଟିଛି । ସେମାନେ ହେଲେ ଶ୍ୱଶୁର ବଳି ଜାନି ଏବଂ ଜ୍ୱାଇଁ ଲଖମନ ଜାନି । ଶ୍ୱଶୁର-ଜ୍ୱାଇଁ ଏକ ବାଇକ୍‌ (ନଂ.ସିଜି ୦୪କେପି-୯୦୩୧) ଯୋଗେ କୌଣସି କାମରେ ଯାଉଥିଲେ। ହେଲେ ଡିଏନ୍‌କେ ଛକ ପୋଷ୍ଟ ଅଫିସ ସମ୍ମୁଖରେ ଏକ ଟ୍ରକ୍‌କୁ ଅତିକ୍ରମ କରୁଥିବା ବେଳେ ଚକା ତଳେ ପଡିଯାଇଥିଲେ। ଫଳରେ ଟ୍ରକ୍‌ ଚକା ଶ୍ୱଶୁରଙ୍କ ମୁଣ୍ଡ ଏବଂ ଜ୍ୱାଇଁଙ୍କ ଅଣ୍ଟା ଉପରେ ଚଢ଼ି ଯାଇଥିଲା । ଘଟଣା ସ୍ଥଳରେ ଶ୍ୱଶୁରଙ୍କ ମୃତ୍ୟୁ ଘଟିଥିବା ବେଳେ ହସ୍ପିଟାଲରେ ଜ୍ୱାଇଁଙ୍କ ମୃତ୍ୟୁ ଘଟିଥିଲା । ଜ୍ୱାଇଁ ଲଖମନଙ୍କ ଘର ମୁଣ୍ଡିବେଡା ପଞ୍ଚାୟତ ଭିମାଟିକିରା ଗ୍ରାମର ହୋଇଥିବା ବେଳେ ଶ୍ୱଶୁର ବଳିଙ୍କ ଘର ଗଞ୍ଜପାର ପଞ୍ଚାୟତ ମାରାଙ୍ଗପଲ୍ଲୀ ଗ୍ରାମରେ। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଉଭୟ ପରିବାରରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.