ତପ୍ତପାଣି ଘାଟିରେ ଓଲଟିଲା ୨ ଟ୍ରକ

ସାନଖେମୁଣ୍ଡି : ପାଟପୁର ଥାନା ତପ୍ତପାଣି ଘାଟିରେ ଦୁଇଟି ମାଲ ବାହି ଟ୍ରକ ଓଲଟି ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ରାତି ୨ ଟା ସମୟରେ ଆଶ୍ରମ ସ୍କୁଲ ବେଲଗଡ଼ ନିକଟ ଟରନିଙ୍ଗରେ ପଣସ ବୋଝେଇ ଟ୍ରକ ଏବଂ ରାତି ୧୨ ଟା ୩୦ ରେ ଜକରାପଲ୍ଲି ନିକଟରେ ମକା ବୋଝେଇ ଟ୍ରକ ଓଲଟିପଡ଼ିଥିବା ବେଳେ ଉଭୟ ଗାଡିର ଡ୍ରାଇଭର ହେଲପର ସାମାନ୍ୟ ଆହତ ହୋଇ ଚିକିତ୍ସିତ ହେଉଥିବା ଜଣାପଡିଛି । ଖବର ପାଇ ପୋଡ଼ାମାରି ଫାଣ୍ଡି ଅଧିକାରୀ ପରମାନନ୍ଦ ମଲ୍ଲିକ ଘଟଣା ସ୍ଥଳକୁ ଯାଇ ତଦନ୍ତ କରୁଥିବା ଜଣାପଡ଼ିଛି ।

jittmm
Leave A Reply

Your email address will not be published.