କାର୍‌କୁ ପଛରୁ ପିଟିଲା ଟ୍ରକ୍‌

ହରଭଙ୍ଗା, (କେପିଏନ୍‌ଏସ୍‌) : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ୫୭ ନମ୍ବର ଜାତୀୟ ରାଜପଥ ମାଧପୁର ସ୍ଥିତ ଯୋଗୀପଦରଠାରେ ରବିବାର ରାତିରେ ଏକ କାର୍‌କୁ ପଛପଟୁ ଟ୍ରକ୍‌ ଧକ୍କା ଦେଇଥିବା ସୂଚନା ମିଳିଛି । ଏଥିରେ ଥିବା ବିଜେଡି କର୍ମୀ ବ୍ରହ୍ମାବାସୀ ବେଉରା ଏକ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ । ସୂଚନା ଅନୁସାରେ, ଶ୍ରୀ ବାଉରା ଏକ କାର୍‌ ଯୋଗେ ବୌଦ୍ଧ ପଟୁ ବଦଲା ଫେରୁଥିଲେ । ଯୋଗୀପଦର ନିକଟରେ ଏକ ଅଜଣା ଟ୍ରକ୍‌ କାର୍‌କୁ ପଛପଟୁ ଧକ୍କା ଦେଇ ଫେରାର୍‌ ହୋଇଯାଇଥିଲା । ଫଳରେ କାର୍‌ଟି ଭାରସାମ୍ୟ ହରାଇ ଆଗରେ ଥିବା ଏକ ଟ୍ରକ୍‌ରେ ଧକ୍କା ହୋଇଥିଲା । ପୁରୁଣାକଟକ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

Leave A Reply

Your email address will not be published.