ତ୍ରିରଙ୍ଗାରେ ଝଲସୁଛି ଐତିହାସିକ ପୋତାଗଡ଼

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ସାରା ଦେଶରେ ପାଳିତ ହୋଇଛି ୭୬ତମ ସ୍ୱାଧୀନତା ଦିବସ । ପ୍ରଥମ ଥର ପାଇଁ ଐତିହାସିକ ପୋତାଗଡ଼ ତ୍ରିରଙ୍ଗାରେ ଝଲସୁଥିବା ଦେଖିବାକୁ ମିଳିଛି । ତହସିଲଦାର ଅରୁଣ କୁମାର ନାୟକଙ୍କ ନିଜସ୍ୱ ଉଦ୍ୟମରେ ପୋତାଗଡ଼ ଚାରି ପାଖରେ ତ୍ରିରଙ୍ଗା ଉଡୁଥିବା ବେଳେ ପୋତାଗଡ଼ ମୁଖ୍ୟ ପ୍ରବେଶ ଦ୍ୱାର ଉପରେ ଏକ ବିଶାଳକାୟ ଜାତୀୟ ପତାକା ଫରଫର ହୋଇ ଉଡୁଥିବା ଦେଖିବାକୁ ମିଳିଛି । ଏଥିସହ ପୋତାଗଡ଼ର ବିଭିନ୍ନ ବଡ଼ ବଡ଼ ପ୍ରାଚୀନ ପାଚେରୀ ଗୁଡିକରେ ରଙ୍ଗ ବେରଙ୍ଗର ଆଲୋକ ମାଳରେ ସୁସଜ୍ଜିତ ହୋଇ ରହିଛି । ଏହାକୁ ତହସିଲ କର୍ମଚାରୀ, ବିଜେଡି ଯୁବ ସଭାପତି ସୁଧୀର କୁମାର ପାଢ଼ୀ, ଛାତ୍ର ସଭାପତି ରାକେଶ ରଞ୍ଜନ ଦାସ (ସିଲୁ), ଏନଏସି ଉପନଗରପାଳ ସୁରେନ୍ଦ୍ର ବାରିକ, ଅରୁଣ, ବାପୁନି, ମନୁ, ମୁନା, ବିଭୁତି ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.