oom

ବୋଡ଼େନ ବ୍ଲକ ପ୍ରଶାସନ ପକ୍ଷରୁ ହର୍‌ ଘର୍‌ ତ୍ରିରଙ୍ଗା କାର୍ଯ୍ୟକ୍ରମ

jsmm

ନୂଆପଡ଼ା, (ଅଜିତ ବେହେରା) : ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶକ୍ରମେ ସମଗ୍ର ରାଜ୍ୟରେ ହର୍‌ ଘର୍‌ ତ୍ରିରଙ୍ଗା ଅଭିଯାନ ଆରମ୍ଭ ହୋଇଯାଇଛି । ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ଆରମ୍ଭ ହୋଇଥିବା ଉକ୍ତ ଅଭିଯାନରେ ସମଗ୍ର ରାଜ୍ୟର ଜନସାଧାରଣଙ୍କୁ ସାମିଲ କରି ବିଭିନ୍ନତା ମଧ୍ୟରେ ଏକତାର ବାର୍ତ୍ତା ଦିଆଯାଇଛି । ଏହି ଅବସରରେ ନୂଆପଡ଼ା ଜିଲ୍ଲା ବୋଡ଼େନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ କୁମାରଙ୍କ ନେତୃତ୍ୱରେ ସ୍ଥାନୀୟ ବିଜୁ ପଟ୍ଟନାୟକ ଯୁକ୍ତ ୨ ଓ ଯୁକ୍ତ ୩ କଲେଜ ପରିସରରେ ହର୍‌ ଘର୍‌ ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ କର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କ ସହ କଲେଜ ଅଧ୍ୟାପକ, ଅଧ୍ୟାପିକା, ବିଜେପି କର୍ମୀ, କଲେଜର ହଜାରେରୁ ଅଧିକ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ । ପ୍ରଥମେ ସମସ୍ତେ କଲେଜ ପରିସର ମଧ୍ୟରେ ଏକତ୍ରିତ ହୋଇ ଏକ ବିରାଟ ତ୍ରିରଙ୍ଗା ପତାକା ଶୋଭାଯାତ୍ରାରେ ବାହାରି ଏକ ସ୍ୱରରେ ହର୍‌ ଘର୍‌ ତ୍ରିରଙ୍ଗା, ତ୍ରିରଙ୍ଗାର ସମ୍ମାନ ଦେଶର ସମ୍ମାନ, ଭାରତ ମାତାକି ଜୟ, ବନ୍ଦେ ମାତରଂ, ହିନ୍ଦୁ ମୁସଲିମ ଶିଖ ଈସାଈ ଆମେ ସବୁ ଭାଇ ଭାଇ ଭଳି ବିଭିନ୍ନ ନାରା ଦେଇ ବୋଡ଼େନ ବସ୍ତି ପରିକ୍ରମା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ କୁମାରଙ୍କ ସମେତ ବୋଡ଼େନ ପଞ୍ଚାୟତ ସମିତି ଅଧ୍ୟକ୍ଷା ପ୍ରେମଶୀଳା ନାଗ, ବିଜେପି କର୍ମକର୍ତ୍ତା, ବ୍ଲକର ସମସ୍ତ କର୍ମଚାରୀ, ଉଭୟ କଲେଜର ଅଧ୍ୟାପକ, ଅଧ୍ୟାପିକା ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

jittmm
Leave A Reply

Your email address will not be published.