ଭିଜିଲାନ୍ସ ଜାଲରେ ପଡିଲେ ନୂଆପଡ଼ା ଜିଲ୍ଲା ମୁଖ୍ୟ ପ୍ରାଣୀଧନ ଚିକିତ୍ସାଧିକାରୀ ତ୍ରିଲୋଚନ ଧଳ

ନୂଆପଡା : ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡିଛନ୍ତି ନୂଆପଡ଼ା ଜିଲ୍ଲା ମୁଖ୍ୟ ପ୍ରାଣୀଧନ ଚିକିତ୍ସାଧିକାରୀ ତ୍ରିଲୋଚନ ଧଳ । ଜିଲ୍ଲା ମୁଖ୍ୟ ପ୍ରାଣୀଧନ ଚିକିତ୍ସାଧିକାରୀ ଶ୍ରୀ ଧଳ ୨ ଲକ୍ଷ ୭୭ ହଜାର ଟଙ୍କା ନେଇ ସରକାରୀ ଗାଡ଼ିରେ କଟକ ଯାଉଥିବା ବେଳେ ହଠାତ ଭିଜିଲାନ୍ସ ଟିମ୍ ତାଙ୍କୁ କାବୁ କରିବା ସହ ସାଙ୍ଗରେ ନେଉଥିବା ଟଙ୍କାର ହିସାବ ମାଗିଥିବାରୁ ହିସାବ ଦେଇପାରି ନଥିଲେ ଶ୍ରୀ ଧଳ । ସେଥିପାଇଁ ତାଙ୍କ ନୂଆପଡ଼ା ସ୍ଥିତ ସରକାରୀ ବାସଭବନ, କାର୍ଯ୍ୟଳୟ ଓ କଟକ ନରାଜ ସ୍ଥିତ ପୈତୃକ ଘରେ ଏକକାଳୀନ ରେଡ୍ ଚଳାଇଛି ଭିଜିଲାନ୍ସ ଟିମ୍ । କୋରାପୁଟ ଭିଜିଲାନ୍ସ ଡିଏସପିଙ୍କ ନେତୃତ୍ୱରେ ରେଡ୍‌ରେ ସାମିଲ ଅଛନ୍ତି କଳାହାଣ୍ଡି ଓ ନୂଆପଡ଼ା ଭିଜିଲାନ୍ସ ଟିମ୍ । ବର୍ତ୍ତମାନ ସୁଦ୍ଧା ଚଢ଼ାଉରେ କେତେ ସମ୍ପତ୍ତି ମିଳିଛି ଓ କଣ ସବୁ ଜବତ ହୋଇଛି ସେନେଇ ଭିଜିଲାନ୍ସ ପକ୍ଷରୁ ସ୍ପଷ୍ଟ ସୂଚନା ମିଳିନାହିଁ ।

Leave A Reply

Your email address will not be published.