centurian jitm

ଟ୍ୱିଟରରେ ଅଭିଯୋଗ ପରେ ଟ୍ରାନ୍ସଫରମର ଚାରିପଟେ ନିର୍ମାଣ ହେଲା କାନ୍ଥ

nschool

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ଫଟାବାହାଲ ଗାଁରେ ଏକ ବିଦ୍ୟୁତ ଟ୍ରାନ୍ସଫର୍‌ମର୍‌ର ଚାରିପଟେ ତାର ବାଡ଼ ନଥିବାରୁ ବହୁତ ଅସୁବିଧା ହେଉଥିଲା । ତାର ବାଡ଼ ନଥିବାରୁ ବହୁତ ସମୟରେ ଛେଳି, ମେଣ୍ଢା, ଗାଈ, ଗୋରୁ ପଶି ଯାଉଥିଲେ । ଅନେକାଂଶରେ ଦୁର୍ଘଟଣା ଘଟିବାରୁ ବଞ୍ଚିତ ହେଉଥିଲା । ବିଭିନ୍ନ ଯନ୍ତୁ ପଶିବାର ଡର ଥିବାରୁ ଏହି ସମସ୍ୟା ବିଷୟରେ ପୂର୍ବରୁ ଗ୍ରାମବାସୀ ବିଦ୍ୟୁତ ବିଭାଗକୁ ଜଣେଇଥିଲେ ସୁଦ୍ଧା କେହି କର୍ଣ୍ଣପାତ କରୁନଥିଲେ । ଆଜି କରିବା କାଲି କରିବା କହି ଲୋକଙ୍କୁ କହି ଆସୁଥିଲେ । କିଛିଦିନ ଏହି ବାଟରେ କିଛି ସ୍ୱେଛାସେବୀ ମାନେ ଯାଉଥିବା ବେଳେ କିଛି ବଳଦ ପଶି ଯିବାର ଦେଖିଥିଲେ । ତେବେ ଏପରି ଖୋଲା ରହିଲେ ନିଶ୍ଚିନ୍ତ କିଛି ଦୁର୍ଘଟଣା ଘଟିବା ଜାଣି ସେମାନେ ସମସ୍ୟା ସଂପର୍କରେ ବଲାଙ୍ଗିରର ସମାଜସେବୀ ବିଳାସିନୀ ରଣାଙ୍କୁ ଜଣାଇ ଏହି ସମସ୍ୟାକୁ ଟ୍ୱିଟର ଯୋଗେ ଉପରିସ୍ଥ ଅଧିକାରୀଙ୍କୁ ଜଣେଇବାପାଇଁ କହିଥିଲେ । ସମସ୍ୟା ଜାଣି ବିଳାସିନୀ ଏହି ସମସ୍ୟାକୁ ଟ୍ୱିଟର ଯୋଗେ ବଲାଙ୍ଗିର ଜିଲ୍ଲାପାଳ, ବିଦ୍ୟୁତ ବିଭାଗ ଓ ଟାଟା ପାୱାରଙ୍କୁ ଜଣେଇ ତୁରନ୍ତ ଖମ୍ବ ଚାରିପଟେ ବାଡ଼ ଦେବାକୁ ଅଭିଯୋଗ କରିଥିବା ବେଳେ ଅଭିଯୋଗ ପାଇଲା ପରେ ବିଦ୍ୟୁତ ବିଭାଗର ନିର୍ଦେଶ କ୍ରମେ ଟାଟା ପାୱାର ଯୁଦ୍ଧକାଳୀନ ଭିର୍ତ୍ତିରେ ସେଠାରେ ବାଡ଼ ନିର୍ମାଣ କରିଛନ୍ତି । ବାଡ଼ ନିର୍ମାଣ ହେବାପରେ ଗ୍ରାମବାସୀ ଅତ୍ୟନ୍ତ ଖୁସି ହୋଇ ବିଳାସିନୀ ରଣାଙ୍କୁ ଗ୍ରାମବାସୀମାନେ ଅନେକ ଅଭିନନ୍ଦନ ଜଣେଇଛନ୍ତି ।

Leave A Reply

Your email address will not be published.