ପାଇକମାଲ ଯମୁନା କାନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବ୍ଲକସ୍ତରୀୟ ଜିଜ୍ଞାସା ଟ୍ରେନିଙ୍ଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପାଇକମାଲ ବ୍ଲକ ଓ ଝାରବନ୍ଧ ବ୍ଲକ ଅନ୍ତର୍ଗତ ସମସ୍ତ ଉଚ୍ଚ ବିଦ୍ୟାଳୟ ବିଜ୍ଞାନ ଶିକ୍ଷକମାନଙ୍କ ପ୍ରଶିକ୍ଷଣ ପାଇକମାଲ ଯମୁନା କାନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ସକାଳ ୯ ଘଣ୍ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୫ ଘଣ୍ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି । ପ୍ରଶିକ୍ଷଣର ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜେଏନ୍‌ବି ପ୍ରିନ୍‌ସିପାଲ ସରୋଜ କୁମାର ତ୍ରିପାଠୀ, ସମ୍ମାନିତ ଅତିଥି ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଧୀରଜ କୁମାର ପଟ୍ଟନାୟକ, ପାଇକମାଲ ବ୍ଲକ ଶିକ୍ଷା ଅଧିକାରୀ ଚୁଡାମଣୀ ବାରିକ, ଝାରବନ୍ଧ ବ୍ଲକ ଶିକ୍ଷା ଅଧିକାରୀ ଶୋଭମ ପତି, ଆର୍‌ପି ଭାବେ ଟିକେଶ୍ୱର ପ୍ରସାଦ ପଟେଲ ଏବଂ କୃଷ୍ଣଚନ୍ଦ୍ର ହୋତା ଯୋଗଦେଇ ଥିଲେ । ପାଇକମାଲ ଯମୁନା କାନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟ ସ୍ତରରେ କିପରି ପିଲାମାନଙ୍କ ବିଜ୍ଞାନ ପ୍ରତି ଆଗ୍ରହ, ସ୍ୱଜନଶୀଳତା ବୃଦ୍ଧି ପାଇବ ସେ ଉପରେ ଆର୍‌ପିମାନେ ଏହି “ଜିଜ୍ଞାସା ଟ୍ରେନିଙ୍ଗ”ରେ ଶିକ୍ଷା ପ୍ରଦାନ କରିଥିଲେ । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ପାଇକମାଲ ବ୍ଲକରୁ ୨୬ ଜଣ ଝାରବନ୍ଧ ବ୍ଲକରୁ ୧୮ ଜଣ ଶିକ୍ଷକ ପ୍ରଶିକ୍ଷଣ ନେଇଥିଲେ ।

jittmm
Leave A Reply

Your email address will not be published.