ଆଜି ଠାରୁ ଶୁଭାରମ୍ଭ ହେବ ଭଦ୍ରକ-ନୟାଗଡ଼ ଟାଉନ-ଭଦ୍ରକ ମେମୁ ଟ୍ରେନ୍‌

ଭୁବନେଶ୍ୱର : ଆଜି ରାମ ନବମୀ । ଆଜି ଠାରୁ ଶୁଭାରମ୍ଭ ହେବ ଭଦ୍ରକ-ନୟାଗଡ଼ ଟାଉନ-ଭଦ୍ରକ ମେମୁ ଟ୍ରେନ୍‌ । ସବୁଜ ପତାକା ଦେଖାଇ ଟ୍ରେନ୍‌ର ଶୁଭାରମ୍ଭ କରିବେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କଟକ ରେଳଷ୍ଟେସନରୁ ଆଜି ଏହି ଟ୍ରେନ୍‌ର ଶୁଭାରମ୍ଭ ହେବାକୁ ଥିବା ବେଳେ ମାର୍ଚ୍ଚ ୩୧ରୁ ଉଭୟ ପାର୍ଶ୍ୱରୁ ଟ୍ରେନ୍‌ର ନିୟମିତ ସେବା ଆରମ୍ଭ ହେବ ।

ଟ୍ରେନ୍‌ଟି କେତେବେଳେ ଛାଡ଼ିବ ସେ ନେଇ ସମୟ ନିର୍ଘଣ୍ଟ ସ୍ଥିର ହୋଇଛି । ଭଦ୍ରକ-ନୟାଗଡ଼ ଟାଉନ୍-ଭଦ୍ରକ ମେମୁ ଟ୍ରେନ୍‌(୦୮୫୫୫/୦୮୫୫୬) ଭଦ୍ରକରୁ ସକାଳ ୫ଟା ୪୫ରେ ଛାଡ଼ି ପୂର୍ବାହ୍ନ ୧୧ଟା ୫୫ରେ ନୟାଗଡ଼ ଟାଉନରେ ପହଞ୍ଚିବ । ପୁଣି ଫେରିଲା ବେଳେ ନୟାଗଡ଼ ଟାଉନରୁ ଏହି ଟ୍ରେନ୍ ଅପରାହ୍ନ ୫ଟା ୫ରେ ଛାଡ଼ି ଭଦ୍ରକଠାରେ ରାତି ୧୦ଟା ୪୫ରେ ପହଞ୍ଚିବ ।

ସୂଚନା ଥାଉକି ଭୁବନେଶ୍ୱର ରେଳଷ୍ଟେସନର ପୁନଃ ବିକାଶର ଭିତ୍ତିପ୍ରସ୍ତର ସ୍ଥାପନ ସମାରୋହରେ କେନ୍ଦ୍ର ରେଳ ମନ୍ତ୍ରୀ ଭଦ୍ରକରୁ ଭୁବନେଶ୍ୱର ଅଭିମୁଖେ ଏକ ନୂତନ ଟ୍ରେନ୍ ଚଳାଇବାକୁ ଘୋଷଣା କରିଥିଲେ । ଏହି ଅନୁସାରେ ଟ୍ରେନ୍‌ଟି ଚଳାଚଳ କରିବ ।

Leave A Reply

Your email address will not be published.