jayashree

ମାଲ୍ୟବନ୍ତ ମହୋତ୍ସବ ପାଇଁ ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା

ମାଲକାନଗିରି : ମାଲକାନଗିରି ଜିଲ୍ଲାର ଗଣ ଉତ୍ସବ ମାଲ୍ୟବନ୍ତ ମହୋତ୍ସବକୁ ସରସ ସୁନ୍ଦର ଭାବେ ପାଳନ କରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି ସରି ଯାଇଛି । ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥା ନିମନ୍ତେ ନିଆଯାଇଥିବା ପଦକ୍ଷେପ ବିଷୟରେ ଗଣମାଧ୍ୟମର ପ୍ରତିନିଧିଙ୍କୁ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ବିଶାଳ ସିଂ ସୂଚନା ଦେଇଛନ୍ତି । ସେ କହିଛନ୍ତି ମାଲ୍ୟବନ୍ତ ମହୋତ୍ସବ ଅବ୍ୟାହିତ ପୂର୍ବରୁ ସଫଳତାର ସହିତ ସ୍ୱାଭିମାନ ଅଞ୍ଚଳରେ ଘୋଡାଦୌଡ଼ ପ୍ରତିଯୋଗିତା, ସଂସ୍କୃତି ଭବନ ଠାରେ ଆଦିବାସୀ ଲୋକନାଟ ଓ ସଙ୍ଗୀତ ପ୍ରତିଯୋଗିତା, ଇତିହାସ ପୃଷ୍ଠାରେ ଅବିଭକ୍ତ କୋରାପୁଟ ସମ୍ପର୍କରେ ଆଲୋଚନାଚକ୍ର, ଆମାକୁଣ୍ଡରେ କଳସ ଯାତ୍ରା, ସତୀଗୁଡା ଜଳ ଭଣ୍ଡାରରେ ନୌକା ଚାଳନା ପ୍ରତିଯୋଗିତା, ମାଲକାନଗିରି ସହରରେ ପଥଉତ୍ସବ ପାଳିତ ହୋଇଯାଇଛି । ୧୫ରୁ୧୯ପର୍ୟ୍ୟନ୍ତ ଜିଲ୍ଲା ସ୍ଥରୀୟ ମାଲ୍ୟବନ୍ତ ମହୋତ୍ସବରେ ଲକ୍ଷାଧିକ ଦର୍ଶକଙ୍କ ସମାଗମକୁ ଆଖିଆଗରେ ରଖି ଶାନ୍ତି ଶୃଙ୍ଖଳାପ୍ରତି ଧ୍ୟାନ ଦିଆଯାଇଛି । ଯାନବାହାନ ନିୟନ୍ତ୍ରଣ କରିବା ପାଇଁ ସହରର ବିଭିନ୍ନ ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି । ଆମନ୍ତ୍ରିତ ଅତିଥିଙ୍କ ନିମନ୍ତେ ସର୍କିଟ ହାଉସ ଠାରେ, ସାଂସ୍କୃତିକ ଦଳ ନିମନ୍ତେ ବେଙ୍ଗଲୀ ବିଦ୍ୟାଳୟ, ନିର୍ବାଚିତ ଜନ ପ୍ରତିନିଧିଙ୍କ ନିମନ୍ତେ ସୁଧାର ଗୃହ ସମ୍ମୁଖରେ ଏବଂ ଗଣମାଧ୍ୟମର ପ୍ରତିନିଧିଙ୍କ ନିମନ୍ତେ ସିଡିଏମଓ କାର୍ଯ୍ୟାଳୟ ସମ୍ମୁଖସ୍ଥ ଭଲିବଲ୍ ଖେଳ ପଡିଆରେ ବ୍ୟବସ୍ଥା କରାଯାଇଛି । ଅତ୍ୟାବଶ୍ୟକୀୟ ସେବା ନିମନ୍ତେ ଡିଏନକେ ପଡିଆର ପ୍ରସ୍ଥାନ ପଥ ନିକଟରେ ପାର୍କିଂ ସୁବିଧା କରାଯାଇଅଛି ।

Leave A Reply

Your email address will not be published.