ଟ୍ରାକ୍ଟର ଓଲଟି ୩ ଗୁରୁତର

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଥାନା କୁତୁର୍ଲା ପଞ୍ଚାୟତ ବହଲି ଗାଁରେ ଶୁକ୍ରବାର ଦିନ ଧାନ ବିଲରେ ଏକ ଟ୍ରାକ୍ଟର ଓଲଟି ପଡ଼ିବାରୁ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନେ ହେଲେ ଡ୍ରାଇଭର ରାକେଶ ପୋଢ଼, ଶ୍ରମିକ ମନୋଜ ପୋଢ଼ ଓ ଓମ୍ନା ଏକ ଗୁରୁତର ଅବସ୍ଥାରେ ସେମାନଙ୍କୁ ଉଦ୍ଧାର କରାଯାଇ ଏକ ବେସରକାରୀ ଗାଡ଼ିରେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆଯାଇଛି । ଟ୍ରାକ୍ଟର ଡ୍ରାଇଭର ରାକେଶ ପୋଡ଼ ଅନ୍ୟ ଦୁଇଜଣ ଶ୍ରମିକଙ୍କ ସହ ଟ୍ରାକ୍ଟରରେ ଚାଷଜମିକୁ ଯାଉଥିବା ବେଳେ ଭରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଫଳରେ ତିନିଜଣ ଯାକ ଟ୍ରାକ୍ଟର ତଳେ ଚାପି ହୋଇଯାଇଥିଲେ । ସଂଗେ ସଂଗେ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରିଥିଲେ ।

Leave A Reply

Your email address will not be published.