ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ କୁଜିଢେପା ଗ୍ରାମର ସୁକାନ୍ତ ଜେନାଙ୍କ ଝିଅ ଜ୍ୟୋତି ଜେନା ଚଳିତ ବର୍ଷ +୨ ପରୀକ୍ଷାରେ ଉତୀର୍ଣ୍ଣ ହୋଇ ୬୦୦ରୁ ୫୧୩ ମାର୍କ ରଖି ବ୍ଲକ ଟପ୍ପର ହୋଇଛନ୍ତି । ସେ ଖଣ୍ଡଦେଉଳୀ ସହିଦ ଭଗତ ସିଂ କଲେଜ ଛାତ୍ରୀ ଅଟନ୍ତି । ବିଭିନ୍ନ ସମୟରେ ସ୍କୁଲରେ ହେଉଥିବା ବୃତ୍ତି ପରୀକ୍ଷା, ବକୃତା ଓ ପ୍ରବନ୍ଧ ଆଦି ବର୍ଗରେ ପାରଦର୍ଶିତା ଦେଖାଇ ଆସିଥିବା ଜ୍ୟୋତି ହେଉଛନ୍ତି ଜଣେ ଚାଷୀ ପରିବାର ଝିଅ । ଏହି ସଫଳତା ପାଇଁ ୭ରୁ ୮ ଘଣ୍ଟା ପରିଶ୍ରମ, ବାପା ମାଆଙ୍କ ପ୍ରେରଣା କଲେଜ ଅଧକ୍ଷଙ୍କ ସମେତ ସମସ୍ତ ଅଧ୍ୟାପିକା, ଅଧ୍ୟାପକଙ୍କ ଉପଦେଶ ଏବଂ ଭଗବାନଙ୍କ ଆଶୀର୍ବାଦରୁ ସମ୍ଭବ ହୋଇଛି ବୋଲି ଜ୍ୟୋତି କହିଛନ୍ତି । ଆଗକୁ ସେ ପଢ଼ା ଜାରି ରଖିବେ ଏବଂ ସମୟ ମିଳିଲେ ପିଲାଙ୍କୁ ଶିକ୍ଷାଦାନ କରିବେ ବୋଲି କହିଛନ୍ତି ଚାଷୀ ଝିଅ ତଥା ବ୍ଲକ ଟପ୍ପର ଜ୍ୟୋତି । ଏହି ଅବସରରେ କଲେଜ ଅଧକ୍ଷ ଦିବାକର ସ୍ୱାଇଁ ଏବଂ ଓଡ଼ିଆ ଅଧ୍ୟାପକ ଗୌରୀ ଶଙ୍କର ଶତପଥୀ ଜ୍ୟୋତିଙ୍କ ଉତ୍ତରୋଉର କାମନା ସହ ଶୁଭେଚ୍ଛା ଜଣାଇଛନ୍ତି ।
Next Post